ଗୋଲାମୁଣ୍ଡାର ୧୧ ଯୁବକ ବିଜେପିରେ ସାମିଲ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ୧୧ ଜଣ ଯୁବକ ଆଜି  ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ସେମାନେ ପୂର୍ବରୁ ବିଜେଡି ଓ କଂଗ୍ରେସ ସହ ଜଡ଼ିତ ଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାକୁ କେତକୀ ଓ ମଣ୍ଡଳ ସମ୍ପାଦକ ବେଣୁଧର ସାହୁଙ୍କ ସମେତ ଅନ୍ୟ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ବିଜେପିରେ ସାମିଲ ହୋଇଥିବା ଯୁବକମାନେ ହେଲେ ରାଜା ବିହାରୀ, ବିଶାଳ ବିହାରୀ, ପୃଥ୍ବୀରାଜ ମଙ୍ଗରାଜ, ଫିଲିପ ବିହାରୀ, ମୋହନ ବିହାରୀ, ରୋହନ ମଙ୍ଗରାଜ, ଆମୋସ ସିପକା, ରାହୁଲ ବିହାରୀ, ପ୍ରିନ୍ସ ନାଗ, ଅନନ୍ତ ବିହାରୀ ଓ ଦୀପକ ବିହାରୀ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ନୀତି ଓ ବିଜେପିର ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ଏହି ଯୁବକମାନେ ଦଳରେ ଯୋଗ ଦେଇଛନ୍ତି। ସେ କହିଥିଲେ, ଏହି ଯୋଗଦାନ ଫଳରେ ଗୋଲାମୁଣ୍ଡା ଅଞ୍ଚଳରେ ଦଳର ସଙ୍ଗଠନ ଆହୁରି ସୁଦୃଢ଼ ହେବ ଏବଂ ଯୁବଶକ୍ତି ଆଗାମୀ ଦିନରେ ସଙ୍ଗଠନ ବିସ୍ତାର ଓ ଜନସେବା କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *