ଉଦାରତା ଦେଖାଇଲେ ବେଲଖଣ୍ଡି ସରପଞ୍ଚ ; ଡ୍ରେନ ପାଣି ନିଷ୍କାସିତ ନହେବାରୁ ନିଜେ ଗାଁ ଦାଣ୍ଡରେ କଲେ ସଫା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ପଲସାପଡା ଗ୍ରାମରେ ପାଣି ନିଷ୍କାସନ ପାଇଁ ତିଆରି ଡ୍ରେନ ପୋତିହୋଇ ଜାମ ହୋଇଯାଇ ଥିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ ଡ୍ରେନ ପାଣି ଜମା ରହିଥିବାରୁ ଅନେକ ଥର ଜନସାଧାରଣ ବେଲଖଣ୍ଡି ସରପଞ୍ଚ ଶୁଶାନ୍ତ ବାଗ ଙ୍କୁ ଅଭିଯୋଗ କରିଥିଲେ। ଫଳରେ ସୁଶାନ୍ତ ବାଗ ନିଜ ଉଦ୍ୟମରେ ଗ୍ରାମର ଡ୍ରେନ ଗୁଡ଼ିକ ସଫା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ଲଗାଣ ବର୍ଷା ପାଇଁ କାମ କରିବାକୁ କୌଣସି ଶ୍ରମିକ ପାଇନଥିଲେ ସରପଞ୍ଚ। ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ନିଜେ ଅଣ୍ଟା ଭିଡ଼ି ଡ୍ରେନ ପାଣି ନିଷ୍କାସିତ କରିବା ପାଇଁ ବାହାରି ପଡ଼ିଲେ ସରପଞ୍ଚ। ଏଠାରେ କହିରଖିବାକୁ ଚାହିବୁ କି, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ନିଜେ ଜଣେ ବିକଳାଙ୍ଗ ବ୍ୟକ୍ତି। କିନ୍ତୁ ସେ ନିଜ ଚିନ୍ତା ନକରି ଡ୍ରେନ ସଫା କରିବା ପାଇଁ ନିଜ ସରଞ୍ଜାମ ଧରି ବାହାରି ପଡ଼ିଥିଲେ, ଫଳରେ ତାଙ୍କ ଏହି କାମ ଏବଂ ପଞ୍ଚାୟତ ପାଇଁ ପ୍ରେମ ଭାବନା ଏବଂ ଉଦାରତା କୁ ଦେଖି ଗ୍ରାମର ଅନ୍ୟ କିଛି ବ୍ୟକ୍ତି ମଧ୍ୟ ବାହାରି ସରପଞ୍ଚ ଙ୍କୁ ସହଯୋଗର ହାତ ବଢ଼ାଇ ଡ୍ରେନ ସଫା କରିବା ସହିତ ପାଣି ନିଷ୍କାସନ କରିଥିଲେ। ପୂର୍ବରୁ ମଧ୍ୟ ସରପଞ୍ଚ ସୁଶାନ୍ତ ବାଗ ବେଲଖଣ୍ଡି ପଞ୍ଚାୟତରେ ଅନେକ ଭଲ କାର୍ଯ୍ୟ କରି ଆସିଥିବାବେଳେ ଯଦି ନିଜ ପଞ୍ଚାୟତରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ତେବେ ହରିଶ ଚନ୍ଦ୍ର ଯୋଜନା ମାଧ୍ୟମରେ ପ୍ରଶାସନ ର ଟଙ୍କା କୁ ଅପେକ୍ଷା ନକରି ପ୍ରଥମେ ନିଜ ବ୍ୟକ୍ତିଗତ ଟଙ୍କା ରୁ ପ୍ରୋତ୍ୟୋକ ପରିବାର ଙ୍କୁ ଶେଷ କୃତ୍ୟ ପାଇଁ ୩୦୦୦ ଟଙ୍କା ପ୍ରଦାନ କରିବା ସହ ନିଜ ପଞ୍ଚାୟତରେ କୌଣସି ଅସହାୟ ଏବଂ ଗରିବ ପରିବାରଙ୍କୁ ନିଜ ପକ୍ଷରୁ ଆର୍ଥିକ ସହ ଅନ୍ୟାନ୍ୟ ସହାୟତା କରିବା ମଧ୍ୟ ପଞ୍ଚାୟତ ବାସୀ କହନ୍ତି। ଫଳରେ ବେଲଖଣ୍ଡି ପଞ୍ଚାୟତରେ ସରପଞ୍ଚ ସୁଶାନ୍ତ ବାଗ ନିଜ କାର୍ଯ୍ୟକାଳ ରେ ବ୍ଲକ୍ ଠୁ ନେଇ ଜିଲ୍ଲା ର ଅନେକ କାର୍ଯ୍ୟକ୍ରମରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *