ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଗତ ୦୩ ତାରିଖ ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟି ଠାରେ ୫ଜଣ ଦୁର୍ବୃତ୍ତ ଏକ ଆର୍ଟିଗା ଗାଡି ରେ ଆସି ବଗବେଡା ଗାଁ ର ହେମସାଗର ଦେହେରିଆ ଓ ତାର ସାଙ୍ଗ ମଧୁସୂଦନ ପାତ୍ର ଦୁଇ ଜଣ ପେଟ୍ରୋଲ କିଣି ନିଜ ଗାଁ କୁ ପଲସର ବାଇକ ରେ ଫେରୁଥିବା ସମୟରେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ର ଦେଖାଇ ପ୍ରଥମେ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ଠାରୁ ନଗଦ ୨୨୦୦/- ଟଙ୍କା (ଦୁଇ ହଜାର ଦୁଇ ସହ ଟଙ୍କା) ଲୁଟିବା ସହ ଏକ ପଲସର ମୋଟରସାଇକେଲ ଛଡାଇ ଫେରାର ମାରିଥିଲେ। ଏନେଇ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତି କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ର କୋଟଗାଁ ର ବିମଲ ଭୋଇ, ଭୋଜରାଜ ବଡ଼ମାଳି, ଦହିମାଲ ଗାଁ ର ରାଜେଶ ସାହୁ, ସନମ ଝଙ୍କାର, ସନତ ଭୋଇ ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଲୁଟ ହୋଇଥିବା ପଲସର ବାଇକ ଓ ୨୨୦୦/- ଟଙ୍କା(୨ହଜାର ଦୁଇ ଶହ )ଟଙ୍କା ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଠାରୁ ଲୁଟ ରେ ବ୍ୟବହାର କରିଥିବା ଏକ ଆର୍ଟିଗା କାର, ଏକ ଛୁରୀ ଓ ୩ଗୋଟି ମୋବାଇଲ ଜବତ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ସଂଯୁକ୍ତା ପ୍ରଧାନ।
