ଦୁର୍ଘଟଣାରେ ମୃତ ପୁଅର ଚକ୍ଷୁଦାନ କରି ଉଦାହରଣ ସୃଷ୍ଟି କଲେ ମୃତକଙ୍କ ବାପ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଦୁର୍ଘଟଣାରେ ପୁଅ ର ମୃତ୍ୟୁ ହେବାପରେ ନିଜ ପୁଅ ର ଅଙ୍ଗଦାନ କରି ଜଣେ ବାପା ସମସ୍ତ ଙ୍କ ପାଇଁ ନିଆଁରା ଉଦାହରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଭାଲୁପଡା ଗ୍ରାମର ମଦନ ମୋହନ ପାତ୍ରଙ୍କ ପୁଅ ଦେବେନ୍ଦ୍ର ପାତ୍ର (୩୬) ମାଲକାନଗିରି ଜିଲ୍ଲା କାଲିମେଳା ରେ ମେଗାଲିଫ୍ଟ ପ୍ରକଳ୍ପ କମ୍ପାନୀ ରେ ନିୟୋଜିତ ରହିଥିଲେ। ଗତ ଗୁରୁବାର ରାତି ୮ ଘଣ୍ଟା ସମୟରେ ନିଜର ଜଣେ ସାଙ୍ଗ ସହିତ କାଲିମେଳା ଆସୁଥିବା ସମୟରେ ରାସ୍ତା ରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ବସ କୁ ପଛ ପଟୁ ଧକ୍କା ଦେଇ ଦୁର୍ଘଟଣା ର ଶିକାର ହୋଇଥିଲେ। ଦୁର୍ଘଟଣାରେ ଦେବେନ୍ଦ୍ର ଙ୍କ ସାଙ୍ଗ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଦେବେନ୍ଦ୍ର ଙ୍କୁ ପ୍ରଥମେ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ମାଲକାନଗିରି ଡିଏଚଏଚ କୁ ଅଣାଯାଇ ଚିକିତ୍ସା ପରେ ପରବର୍ତ୍ତୀ ସମୟରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ମୃତକ ଙ୍କ ବାପା ମଦନ ମୋହନ ପାତ୍ର ପୁଅ ର ଅଙ୍ଗ ଦାନ କରିବାକୁ ଇଛା ପ୍ରକାଶ କରି ମୃତ ପୁଅ ର ଚକ୍ଷୁଦାନ କରାଇଛନ୍ତି।ନିଜ ପୁଅ କୁ ତ ହରାଇଛି ହେଲେ ତା ଆଖି ରେ ଅନ୍ୟଜଣେ ଦୁନିଆଁ ଦେଖିବ ପୁଅ କୁ ହରାଇବାର ଦୁଃଖ କିଛି ଲାଘବ ହେବ ବୋଲି କହିଛନ୍ତି।ବାପା ଙ୍କ ଏହି ନିଷ୍ପତ୍ତି ରେ ମୃତକ ଦେବେନ୍ଦ୍ର ଙ୍କ ପତ୍ନୀ ଓ ପରିବାର ବର୍ଗ ଙ୍କ ସହମତି ମଧ୍ୟ ରହିଥିଲା। ମୃତ ପୁଅ ର ପାର୍ଥିବ ଶରୀର ଭାଲୁପଡା ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଆତ୍ମୀୟ ସ୍ୱଜନ,ବନ୍ଧୁ ବାନ୍ଧବ,ଦଳୀୟ ବିଜେପି କର୍ମକର୍ତ୍ତା,ସମେତ ଗ୍ରାମବାସୀ ମାନେ ଶ୍ରଦ୍ଧାଞ୍ଜଳି ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *