ଥୁଆମୂଳ ରାମପର/କ୍ରାନ୍ତିକ୍ଷେତ୍ର : ଦୈନିକ ଖବରକାଗଜ “ସମାଜ” ପକ୍ଷରୁ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ‘ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କ୍ବିଜ୍ ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଥିଲା।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରତିନିଧି ମନୋରଞ୍ଜନ ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ, ପ୍ରଦୀପ କୁମାର ପଣ୍ଡା, କୈଳାସ ଚନ୍ଦ୍ର ଛତ୍ରିଆ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ଅନୀଲ ସାହୁ, ଯଯୋବନ୍ତ ସାହୁ,ପୂର୍ଣ୍ଣିମା ସାହୁ, ସୁଜାତା କୋଚିମ ସମେତ ଅନ୍ଯାନ୍ଯ ଶିକ୍ଷକ ମାନେ ସହଯୋଗ କରିଥିଲେ।
