ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ରେ ଚଳିତ ବର୍ଷ ରଥଯାତ୍ରା କୁ କିଭଳି ଶୃଙ୍ଖଳା ଭାବରେ ଅନୁଷ୍ଠିତ ହେବ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ସ୍ତାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହରେ କେସିଙ୍ଗା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ଡ ହେମ ସାଗର ସାହା ଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଟିତ ହୋଇଥିଲା। ଏଥିରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ହରିଶଙ୍କର ଭୋଇ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସହରର ବହୁ ଲୋକେ ଏହି ବୈଠକରେ ସାମିଲ ହୋଇ ନିଜ ନିଜ ମତାମତ ରଖିଥିଲେ। ଏନଏସି କତ୍ତୃପକ୍ଷ, ପୁଲିସ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ଯେମିତି ଶାନ୍ତି ଶୃଙ୍ଖଳା ରେ ରଥଯାତ୍ରା ପାଳନ ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। କେସିଙ୍ଗା ର ରଥଯାତ୍ରା ଜାତୀୟ ରାଜପଥ ଉପରେ ଅନୁଷ୍ଠିତ ହେଉଥିବାରୁ ବୈଠକରେ କେସିଙ୍ଗା ଏସଡିପିଓ ଆସନ୍ତା ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଳନ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *