ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗଲପାଲିରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ କରାଯାଇଛି।ପ୍ରଧାନ ଶିକ୍ଷକ ଲଳିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ପର୍ଯ୍ୟବେକ୍ଷକ ଭାବେ ବିମଳା ୟୁ.ପି ସ୍କୁଲ ର ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ଭଇଁରୀପାଲି ୟୁଜିଏଚ୍ଏସର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, ସିଆରସି ରେଙ୍ଗଲପାଲି ବେଦବର ନିଆଲ,ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ ଓ ଗ୍ରାମ୍ୟ ଶିକ୍ଷାବିତ୍ ଦୁର୍ଲଭ ନାୟକ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରାଙ୍କ ନମ୍ବର ୭୦୬୩/ଏସଏମସି/୨୦୨୬,ତାରିଖ ୨୬/୦୬/୨୦୨୬ ଅନୁଯାୟୀ କମିଟି ଗଠନ ପାଇଁ ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ସର୍ବସମ୍ମତିକ୍ରମେ ଜୟରାମ ବାଗଙ୍କୁ ସଭାପତି ଓ ତିଲୋତମା ନାୟକଙ୍କୁ ଉପସଭାନେତ୍ରୀ ଭାବେ ମନୋନୀତ କରାଯାଇଥିଲା। ସେହିପରି ସଦସ୍ୟ ଭାବେ ଯାଜ୍ଞସେନୀ ପୂଜାରୀ, ମଧୁ ମାଝୀ, ହର୍ଷିତା ଜାଲ, ସଙ୍ଗୀତା ପ୍ରଧାନୀ, ରବିନ୍ଦ୍ର ନାୟକ, ଗୌରୀମଣି ବାଗ, ଡାଲିମ୍ବ ବାଗ ଓ ଚିକରଞ୍ଜନ ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।ପରେ ସ୍କୁଲ ବିଲ୍ଡିଂ କମିଟି ଓ ସ୍କୁଲ ଏକାଡେମିକ କମିଟି ମଧ୍ୟ ଗଠନ କରାଯାଇଥିଲା। ସ୍କୁଲ ବିଲ୍ଡିଂ କମିଟିରେ ୫ ଜଣ ସଦସ୍ୟ ଓ ସ୍କୁଲ ଏକାଡେମିକ କମିଟିରେ ୬ ଜଣ ସଦସ୍ୟଙ୍କୁ ଚୟନ କରାଯାଇଥିବା ସୂଚନା ମିଳିଛି।
