ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ ବ୍ଲକ ସଦଭାବନା ସଭାଗୃହ ଠାରେ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ହର ପ୍ରସାଦ ହିପୃକା, ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ରବି ନାରାୟଣ ଶତପଥୀ, ଜିପିଡିଓ ସ୍ମୃତିରେଖା ନାୟକ, ପେସା ସଂଯୋଜକ  ଯୋଗେନ୍ଦ୍ର ନାୟକ ଓ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ଉପସ୍ଥିତ ଥିଲେ। କର୍ମଶାଳାରେ ପିତାମହଲ ସରପଞ୍ଚ ଟୁଟୁ ତାଡ଼ିଙ୍ଗି, କତାପେଟା ସରପଞ୍ଚ ମମିତା ହୁଇକା, କୁମୁଟିପେଣ୍ଠ ସରପଞ୍ଚ ହରି କାଡ୍ରାକା ସମେତ କତାପେଟା, କୁମୁଟିପେଣ୍ଠ, ପିତମହଲ ଓ କାମ୍ପ ମାଲିଗାଁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ, ୱାର୍ଡ ସଦସ୍ୟ, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପଶୁଧନ, ଯୋଗାଣ, ଜଙ୍ଗଲ,ମହିଳା ଓ ଶିଶୁ ବିକାଶ, ଜୀବିକା ମିଶନ ଆଦି ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏକ ବିକଶିତ ଓଡ଼ିଶା ଗଠନ ନିମନ୍ତେ ଗ୍ରାମ୍ୟ ଓ ଗ୍ରାମ ପଞ୍ଚାୟତ ସ୍ତରରୁ ଦୀର୍ଘସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ଷଷ୍ଠ ଓ ଷୋଡ଼ଶ ଅର୍ଥ କମିଶନ ଯୋଜନାରେ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଏଭଳି ଯୋଜନା ପ୍ରସ୍ତୁତ କରିବା ଯେପରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ୱୟଂ ସମ୍ପର୍ଣ୍ଣ ହେବା ସହିତ ଦୀର୍ଘସ୍ଥାୟୀ ନ୍ୟୁନତମ ଆବଶ୍ୟକତା ପୂରଣ କରିପାରିବ। ବିଭିନ୍ନ ବିଭାଗୀୟ ବିଷୟ ଓ ଯୋଜନା ସମ୍ପର୍କିତ ଆଲୋଚନା ଏଥିରେ ସ୍ଥାନ ପାଇଥିଲା। ସାତୋଟି ପର୍ଯ୍ୟାୟରେ ଚାରୋଟି ଲେଖାଏଁ ଗ୍ରାମ ପଞ୍ଚାୟତକୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହେବ। ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକରେ ଏହି କର୍ମଶାଳା ଅନୁଷ୍ଠିତ ହେଉଛି, ଏକ ସନ୍ତୁଳିତ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ନିମନ୍ତେ ଗ୍ରାମ୍ୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ କର୍ମକର୍ତ୍ତା ଏଥିପାଇଁ ସଚେତନ ହେବା ଜରୁରୀ ବୋଲି ବିଡ଼ିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *