ଓଜିବି ର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଳପୁର ସଦରମହକୁମା ସ୍ଥିତ ଓଜିବି ବ୍ୟାଙ୍କରେ ହିତାଧିକାରୀଙ୍କୁ ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ପାପଡାହାଣ୍ଡି ବ୍ଲକ ମୈଦଳପୁର ଥାନା ଅଧୀନ ଗାଦବାକତ୍ରା ଗ୍ରାମର ନିଳା ନାୟକ ମୈଦଳପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୪୩୬ ଟଙ୍କା ଦେଇ ବୀମା କରାଇଥିଲେ। ସେ ପ୍ରତି ବର୍ଷ ବୀମା ରାଶି ପଇଠ କରୁଥିଲେ। କୌଣସି କାରଣରୁ ୨୦୨୫ ଅକ୍ଟୋବର ୨୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ନିଳାଙ୍କ ସ୍ବାମୀ ମନ ନାୟକ ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ। ଏହି ବୀମା ରାଶି ୨ ଲକ୍ଷ ଟଙ୍କା ମନ ନାୟକଙ୍କ ଜମାଖାତାରେ ଆଜି ଡିପୋଜିଟ କରାଯାଇଛି। ଏଥିରେ ଶାଖା ପରିଚାଳକ କେଶବ ସୋନୀ, ମୈଦଳପୁର ସରପଂଚ ବନିତା ପଟ୍ଟନାୟକ ଉପସ୍ଥିତ ରହି ମନ ନାୟକଙ୍କୁ ଉକ୍ତ ଜମାରାଶି ପ୍ରଦାନ କରିଛନ୍ତି। ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ। ଏଥିରେ  ମୈଦଳପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କେଶବ ସୋନୀ, ଗାଦବାକତ୍ରାର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଲକ୍ଷ୍ମୀକାନ୍ତ ବିଷୋୟୀ ଓ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *