କିସ୍ କଳାହାଣ୍ଡିରେ ୭୭ତମ ବନ ମହୋତ୍ସବ ପାଳିତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ସମସ୍ତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ଓ ତାଙ୍କୁ କିସ୍ ର ଗାଇଡ ଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ପରେ ଏକ ସଭା କାର୍ଯ୍ୟ ଅୟୋଜନ କରାଯାଇଥିଲା ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ  ସନ୍ତୋଷ ଯୋଶୀ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ମାନୀତ ଅତିଥି କଲାଇବନନ୍ ଆର ଜିଲ୍ଲା ଦକ୍ଷିଣ ବନ ଅଧିକାରୀ ଓ  ପ୍ରଭାକର କୁମାର ବ୍ରେମା ଜିଲ୍ଲା ଉତ୍ତର ବନ ଅଧିକାରୀ,  ରୁପସିଂହ ରାଉତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଓ କିସ୍ ର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ପଣ୍ଡା, ସମେତ ବିଭିନ୍ନ ବନ ଅଧିକାରୀ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଭୂ ଜଗନ୍ନାଥଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟ ଅର୍ପଣ ପରେ, ସହକାରୀ ବନ ସଂରକ୍ଷକ ମାଡ଼ାମ ଲିଲି ଅମାନତୀୟା ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ କିସ୍ ଛାତ୍ରୀ ମାନେ ଉପସ୍ଥିତ ଅତିଥି ମାନଙ୍କୁ ଗୋଟେ ଗୋଟେ ଗଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଅତିଥି କିସ୍ ଛାତ୍ରୀ ମାନଙ୍କ ଆଚାର ବ୍ୟବହାର ଓ ବନ ମହୋତ୍ସବ ପ୍ରତିବର୍ଷ ପାଳନ କରି ଗଛ ରୋପଣ କରୁଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ବୋଳି କହିବା ସହ କିସ୍ କୀଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପରେ କିସ୍ ଛାତ୍ରୀ ମାନେ ଗଛ ଉପରେ ଏକ ନୃତ୍ୟ ପରିବେଷଣ ଅତିଥି ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଉକ୍ତ କାର୍ଯ୍ୟକ୍ରମକୁ କିସ୍ ର ଶିକ୍ଷକ କ୍ଷୀରସିନ୍ଧୁ ସାହୁ ସୁଚାରୁ ଭାବରେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ କିସ୍ ର ଉପ-କାର୍ଯ ନିର୍ବାହୀ ଅଧିକାରୀ ପଧାନ ଉପଷ୍ଟିତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ ।

Leave a Reply

Your email address will not be published. Required fields are marked *