ମାଲକାନଗିରି ସରକାରୀ ପଲିଟେକ୍ନିକରେ ବନ ମହୋତ୍ସବ ସପ୍ତାହ ପାଳିତ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର : ମାଲକାନଗିରି ସରକାରୀ ପଲିଟେକ୍ନିକ ପରିସରରେ ‘ଏକ ପେଡ଼ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସପ୍ତାହବ୍ୟାପୀ ପରିବେଶ ସୁରକ୍ଷା ଅଭିଯାନର ସଫଳ ସମାପନ ଅବସରରେ ଏକ ସ୍ୱାଗତ ସଭାର ଆୟୋଜନ କରାଯିବା ସହ କଲେଜ ପରିସରରେ ୧୦୦ଟି ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରାଯାଇଛି। ଏହି ସବୁଜ ଅଭିଯାନରେ ଅନୁଷ୍ଠାନର ଅଧ୍ୟକ୍ଷା ଶର୍ମିଲା ଶବର ଏବଂ ପୂର୍ବତନ ଅଧ୍ୟକ୍ଷ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଅନୁଷ୍ଠାନର ସେକ୍ସନ ଅଫିସରମାନସ ରଞ୍ଜନ ରାଉତଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅତିଥି ଭାବେ ସି.ଡି.ଏମ.ଓ ଡାକ୍ତର ଏମ.ଡି. ଆବଦିଦ ହୁସେନ, ବି.ଏସ.ଏଫ ଡେପୁଟି କମାଣ୍ଡାଣ୍ଟ ରବିଶଙ୍କର ମିଶ୍ର, ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ ଓ ହେମନ୍ତ ନାୟକ, ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ, ରେଞ୍ଜ ଅଫିସର ରମେଶ ଚନ୍ଦ୍ର ରାଉତ ଏବଂ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ସମାଜକୁ ସବୁଜିମାର ବାର୍ତ୍ତା ଦେଇଥିଲେ। ଏହି ମହତ କାର୍ଯ୍ୟକ୍ରମରେ କଲେଜର ଅନ୍ୟାନ୍ୟ କର୍ମଚାରୀବୃନ୍ଦ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଉପସ୍ଥିତ ରହି ଏହି ବନ ମହୋତ୍ସବ ସପ୍ତାହକୁ ଏକ ସଫଳ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *