କେସିଙ୍ଗା/କ୍ରାନ୍ତିକ୍ଷେତ୍ର( ମଧୁସୂଦନ ଠାକୁର) : ଗତ ୧୫ ଦିନ ଧରି କେସିଙ୍ଗାରେ ଚର୍ଚ୍ଚାର ବିଷୟ ପାଲଟିଥିବା ନିଶାନ୍ତ ବାର ( ବିଦେଶୀ ମଦ ଦୋକାନ) ମାମଲା ବର୍ତ୍ତମାନ ପହଞ୍ଚିଛି ଜିଲ୍ଲାର ସଦରମହକୁମା ଭବାନୀପାଟଣା ରେ । ଗତ ଦୁଇ ଦିନ ତଳେ ଉକ୍ତ ମାମଲା କେସିଙ୍ଗା ଥାନା ପର୍ଯ୍ୟନ୍ତ ଯାଇଥିବା ବେଳେ ଆଜି ତାହା ଉପ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ପାଖରେ ପହଞ୍ଚିଛି। ଅଞ୍ଚଳର ବୁଦ୍ଧିଜିବୀ ଏବଂ ସଚେତନ ନାଗରିକ ନିଶାନ୍ତବାର କୁ ନୁହେଁ ବରଂ କେସିଙ୍ଗା – ଟିଟଲାଗଡ ରାସ୍ତା ଓମନଗର ପଡ଼ା କୁ ବିରୋଧ କରୁଛନ୍ତି। କାରଣ ନିଶାନ୍ତବାର ସ୍ଥାନାନ୍ତରିତ ହେଉଥିବା ସ୍ଥାନଟି ଓମନଗର ଓ ଗାୟତ୍ରୀନଗର ର ଅତି ନିକଟବର୍ତ୍ତି ଓ କେସିଙ୍ଗା ଓ ଟିଟଲାଗଡ ର ବେପାରୀ ଙ୍କ ନିତିଦିଆ ରୋଜଗାର ର ବାଟ ସାଙ୍ଗକୁ କେସିଙ୍ଗା ବାସୀଙ୍କ ଏକ ମାତ୍ର ବୁଲିବାର ସ୍ଥାନ ହୋଇଥିବାରୁ ବିରୋଧ ବଢ଼ିବାରେ ଲାଗିଛି। ସେଥି ପାଇଁ ଆଜି ସମସ୍ତ ଅଞ୍ଚଳର ବୁଦ୍ଧିଜିବୀ ଓ ସଚେତନ ନାଗରିକ ଭବାନୀପାଟଣା ଅବକାରୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଦାବୀ ପତ୍ର ପ୍ରଦାନ ସାଙ୍ଗକୁ ନିଶାନ୍ତ ବାର କୁ ଉକ୍ତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ଅନୁମତି ନ ଦେବା ପାଇଁ ଅଧିକ୍ଷକ ଙ୍କୁ ଅନୁରୋଧ କରିଥିଲେ।
