କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟରର ବହାଦୁର ପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇଙ୍କ ଅଧକ୍ଷତା ରେ ସ୍କୁଲ ପରିଚାଳନା କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଉର୍ମିଳା ବଗର୍ତ୍ତୀ ଏବଂ ଉପସଭାପତି ହେମରାଜ ଭାଟିଙ୍କୁ ଚୟନ କରାଯାଇଥିଲା। ଲିଲି ଯାନୀ, ପ୍ରେମଶିଲା ଭାଟି, ଝିଲି ଶିଖା, ସୁନିତା ପୋଢ଼, ଜିତେନ୍ଦ୍ରି ରଣା, ହେମସାଗର ମାଝୀ, ଲଳିତ ପୋଢ଼, ଲୋକନାଥ ପୋଢ଼, ଭରତ ବାଗ ପ୍ରମୁଖ ଙ୍କୁ ନେଇ ୧୫ ଜଣିଆ କମିଟି ଗଠିତ ହୋଇଥିଲା। ଏହି କ୍ରମରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୋଇ ଆଲୋକପାତ କରିଥିଲେ। ଏଥିରେ ସହ ଶିକ୍ଷକ ଗୌରଚନ୍ଦ୍ର ସୁନା ସଭା ପରିଚାଳନା କରିଥିଲେ।
