କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସଜି ଏସୱାଇ ମିଟିଙ୍ଗ ହଲ ଠାରେ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଜନ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ମୋଟ ୧୩୦ ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୬୪, ସାମୁହିକ ୧୭, ଭତ୍ତା ପାଇଁ ୨ ଏବଂ ଆବାସ ଘର ପାଇଁ ୪୭ ଜଣ ଅଭିଯୋଗ କରିଥିଲେ। ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ସିଡ଼ିଏମଓ ଏସକେ ଶତପଥି, ଏସଡିପିଓ ମୁକ୍ତିକାନ୍ତ କୁଳୁ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ସ୍ମରଣିକା ତୁଳ, ବିଇଓ ବାଞ୍ଛାନିଧି ପଣ୍ଡା, କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡଃ ଜ୍ୟୋତିକୃଷ୍ଣ ମାଝୀ, ବ୍ଲକ ଏଏଓ ଅଜୟ ବେମାଲ ତଥା ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। କଲମପୁର ବ୍ଲକର ସମସ୍ତ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସହଯୋଗ କରିଥିଲେ।
