ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ରାଜ୍ୟରେ ଜାତୀୟ କଂଗ୍ରେସ ସକ୍ରିୟ ହୋଇ ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଘନ ଘନ ବୈଠକ କରି ଆସୁଥିବା ବେଳେ ସେଭଲି କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ମହକୁମା ପଞ୍ଚାୟତ ଅଧିନସ୍ଥ ବୁରାଟ ସେବା ଜଗତ ପରିସରରେ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ନେତୃତ୍ୱରେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କ୍ରମେ ଜାତୀୟ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଥ ସ୍ତରୀୟ ଏଜେଣ୍ଟ ଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ଜିଲ୍ଲା ଉପସଭାପତି ରାଜ କିଶୋର ମିଶ୍ର, ବ୍ଲକ ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ନିରୋଜ କୁମାର ଶର୍ମା,ଜୋନ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ବାଗ ମଞ୍ଚାସୀନ ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ କିପରି ସାମ୍ନା କରିବାକୁ ପଡିବ ସେ ଉପରେ ମଞ୍ଚାସୀନ ଅତିଥି ମାନେ ନିଜ ନିଜ ଗୁରୁ ମନ୍ତ୍ର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ସେଲ ସଭାପତି, ପଞ୍ଚାୟତ ସଭାପତି, ପ୍ରତ୍ୟେକ ପଞ୍ଚାୟତ ଯୁବ ସଭାପତି, ପ୍ରତ୍ୟେକ ଜୋନ ସଭାପତି ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *