ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସମାଜରେ ବସବାସ କରୁଥିବା ଅନେକ ଦହନୀୟ ତଥା ଗରିବ ଶ୍ରେଣୀର ଲୋକଙ୍କୁ ହାତ ପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯକାରୀ କରୁଛି ସତ କିନ୍ତୁ ପ୍ରକୃତରେ ତାହା ଲୋକଙ୍କ କାମରେ ଆସୁନାହିଁ ଫଳରେ ଲୋକେ ତାହାର ସିଧାସଳଖ ସୁବିଧା ପାଇଁ ପାରୁନାହାନ୍ତି। ଅନେକ କ୍ଷେତ୍ରରେ ଅଧିକାରୀଙ୍କ ଦୂମୁହା ଓ ଟାଳଟୁଳ ନୀତି ପାଇଁ ହୋଇରଣ ହରକତ ହେଉଛନ୍ତି। ଏପରି ଏକ ଦହନୀୟ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ଅଧିନ ରତିଗୁଡା ଗାଁରୁ । ଗାଁର ଗଙ୍ଗାଧର ଗୌଡ଼(୪୨) ଚାରି ବର୍ଷ ତଳେ ଆନ୍ଧ୍ର ପ୍ରଦେଶ କୁ କୁଲି କାମ କରିବା ପାଇଁ ଗୋଟେ କମ୍ପାନୀ କୁ ଯାଇଥିଲେ।କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗି ତାଙ୍କର ଅଚାନକ ବାମ ହାତ କଟି ଯାଇଥିଲା ।କମ୍ପାନୀ ତରଫରୁ ବି କିଛି ସହାୟତା ମିଳୁନାହିଁ। ହାତ କଟି ଯିବାରୁ ସେ କିଛି କାମଧନ୍ଦା କରିପାରୁନାହାନ୍ତି। ସେ ଅତ୍ୟନ୍ତ ଗରିବ ହୋଇଥିବାରୁ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏବେ ବେସାହାରା ହୋଇ ପଡିଛନ୍ତି। ତାଙ୍କ ସ୍ତ୍ରୀ କୁଲି ମଜୁରୀ କରି ଛୁଆପିଲା ଓ ସ୍ଵାମୀ କୁ ପଶୁଛନ୍ତି। ସରକାରୀ ସୁବିଧା କହିଲେ ଚାଉଳ ହିଁ ମିଳୁଛି। ଗଙ୍ଗାଧର ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଅନେକ ଥର ଆବେଦନ କରିଛନ୍ତି । କିନ୍ତୁ ତାଙ୍କୁ ଚାରି ବର୍ଷ ହେଲା ପ୍ରମାଣପତ୍ର ମିଳୁନାହିଁ ଫଳରେ ସେ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ତାଙ୍କୁ ବାରମ୍ବାର ହୋଇରାନ କରି ଅଧିକାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବାରମ୍ବାର ଆବେଦନ କରି ଶେଷରେ ନହାନ୍ତ ହୋଇ ସରକାରୀ ସୁବିଧା ସୁଯୋଗ ଓ ସହାୟତା ପାଇଁବା ନେଇ ଆଶା ଛାଡ଼ି ସାରିଛନ୍ତି।ପ୍ରମାଣପତ୍ର ନଥିବାରୁ କୌଣସି ସରକାରୀ ସହାୟତା ମିଳୁନାହିଁ। ଏଣୁ ପ୍ରସାଶନ ଗଙ୍ଗାଧରଙ୍କ ପ୍ରତି ଗୁରୁତ୍ୱ ଦେଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବା ସହ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି ହୋଇଛି।
