ରୁପ୍ରାରୋଡରେ ହେରାପଞ୍ଚମୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର  : ନର୍ଲା ବ୍ଲକର ରୁପ୍ରାରୋଡଠାରେ ପାରମ୍ପରିକ ରିତିନିତି ଅନୁସାରେ ‘ହେରାପଞ୍ଚମୀ’ ସମ୍ପାଦିତ ହୋଇଛି। ମଞ୍ଜୁ ଅଗ୍ରୱାଲ ମହାଲକ୍ଷ୍ମୀ ଭୂମିକାରେ ରହିଥିଲେ। ସେ ମହାଲକ୍ଷ୍ମୀଙ୍କର ଚଳନ୍ତି ପ୍ରତିମା ସହ ଏକ ସୁସଜ୍ଜିତ ରଥରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଓ ରୁପ୍ରାରୋଡ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ପ୍ରତାପ ପଣ୍ଡା ହେରାପଞ୍ଚମୀ ନିତି ସଂପାଦନ କରାଇଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲ ଓ କମିଟିର ସଂପାଦକ ପ୍ରଦୀପ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ମହାଲକ୍ଷ୍ମୀଙ୍କ ଏହି ଅପୂର୍ବ ଯାତ୍ରା ଦେଖି ଭକ୍ତମଣ୍ଡଳୀ କୃତାର୍ଥ ହୋଇଛନ୍ତି। ପୁନମ ଅଗ୍ରୱାଲ, ମଞ୍ଜୁ ରୋହିଲା, ସୁଧୀର ଅଗ୍ରୱାଲ, ସୁଦିପ୍ତ ଅଗ୍ରୱାଲ, କାହ୍ନା ଶର୍ମା, କାଲୁ ଶର୍ମା, ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *