ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ପବିତ୍ର ରଥଯାତ୍ରା ସମୟରେ ଆଜି ହେରା ପଞ୍ଚମୀ ଅବସରରେ ଜୟପାଟଣା ବ୍ଲକ୍ ଅନ୍ତର୍ଗତ ବଡ଼କର୍ଲାକୋଟ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ।ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ବିଧାୟକ ଶ୍ରୀ ଦିଶାରୀ ସମଗ୍ର ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରିଛନ୍ତି।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବିଜେଡିର ଅନେକ ବରିଷ୍ଠ ନେତା,ସ୍ଥାନୀୟ କର୍ମକର୍ତ୍ତା ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସ୍ଥାନୀୟ ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଶ୍ରୀ ଦିଶାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

