ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ପବିତ୍ର ହେରା ପଞ୍ଚମୀ ଦିନ ରାଜପୁତ କ୍ଷତ୍ରୀୟ ପାଇକ ସମାଜ, ପଶ୍ଚିମ ମଣ୍ଡଳ ସମିତି, ତାଲଗୁଡ ପଲ୍ଲୀ ର ନୂତନ ସମାଜ ଭବନ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପଲ୍ଲୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାଳିକ ସପତ୍ନିଙ୍କ ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ କରିବା ସହିତ ପୂଜକ ଚକ୍ରଧର ପଣ୍ଡା ପୂଜନୋତ୍ସବ ସୁନ୍ଦର ଭାବରେ କରିଥିଲେ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା, ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ତାଳେ ତାଳେ ଗ୍ରାମ ପରିକ୍ରମା କରି ନୂତନ ଗୃହରେ ପ୍ରଭୁ ଶ୍ରୀରାମଙ୍କ ପୂଜା କରାଯାଇଥିଲା। ପରେ ମୁଖ୍ୟ ଅତିଥି ଭାବରେ ପ୍ରଦୀପ କୁମାର ଦିଶାରୀ,ବିଧାୟକ ଲାଞ୍ଜିଗଡଙ୍କ କରକମଳରେ ନୂତନ ସମାଜ ଗୃହ ର ଶୁଭ ଉଦଘାଟନ ହୋଇଥିଲା। ଏହି ଉଦଘାଟନୀ ସଭାରେ ତାଲଗୁଡ଼ ପଲ୍ଲୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାଳିକ ସଭାପତିତ୍ୱ କରିଥବାବେଳେ ସମ୍ପାଦକ ଫକୀର ପାତ୍ର ଆବାହକ ଭାବରେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ପ୍ରଦୀପ କୁମାର ଦିଶାରୀ, ପାଇକ ମାନଙ୍କ ଇତିହାସ ତଥା ବୀରତ୍ୱ ର ଗୁଣଗାନ କରିବା ସହିତ ସମାଜର କଲ୍ୟାଣ କାମନା କରିଥିଲେ।ମୁଖ୍ୟବକ୍ତା ଭାବରେ ଚିତ୍ତରଞ୍ଜନ ଦଳପତି, ବିଶିଷ୍ଟ ଯୁବ ସମାଜ ସେବୀ ତଥା ଜୟପାଟଣା ସମାଜ ର ପଲ୍ଲୀ ସଭାପତି ଯୋଗଦାନ ଦେଇ ଓଡ଼ିଶାରେ ପାଇକ ମାନଙ୍କ ପରାକ୍ରମ ତଥା ଆଧୁନିକ ସମାଜରେ ପାରମ୍ପରିକ ପାଇକ ଆଖଡ଼ା, ସମର କଳାର ସୁରକ୍ଷା ପାଇଁ ଆହ୍ଵାନ ଦେବା ସହିତ ପ୍ରତ୍ୟେକ ପଲ୍ଲୀ ରେ ମହିଳା ମଣ୍ଡଳ ଓ ଯୁବ ମଣ୍ଡଳ ଗଠନ କରି ସମାଜ ବିକାଶରେ ସାମିଲ ହେବା ପାଇଁ ଏକ ମର୍ମସ୍ପର୍ଶି ବକ୍ତବ୍ୟ ଦେଇଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବେ ମୁଖିଗୁଡ଼ା ସରପଞ୍ଚ ଜୟନ୍ତୀ ମହାଳିକ, ମଣ୍ଡଳ ସହ ସମ୍ପାଦକ ଲବ ଦଳପତି, ଲକ୍ଷ୍ମଣ ଚଲାନ୍, ଘନଶ୍ୟାମ ରାଉତ, ଅମ୍ବୁଜ ଧଙ୍ଗଡ଼ାମାଝି, ଦୁର୍ଯ୍ୟୋଧନ ଚିନ୍ଦା, ଭବାନୀ ବାହୁକ୍, ସତ୍ୟାନନ୍ଦ ମହାଳିକ, ଜଗବନ୍ଧୁ ବିଶି, କ୍ଷୀରସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଯୁବ ଲୋକ କଳାକାର ତଥା ସମାଜ ପ୍ରେମୀ ଡମ୍ବରୁଧର ମହାଳିକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟପାଟଣା ଉପମଣ୍ଡଲ ର ୮ ଗୋଟି ପଲ୍ଲୀର କର୍ମକର୍ତ୍ତା ଯୋଗଦାନ କରିଥିଲେ। ସିଙ୍ଗ ଦଳେଇ, ଲୋକନାଥ ପାତ୍ର, ଯୋଗିନ୍ଦ୍ର ବିଶି, ପୀତବାସ ପୂଝାରୀ ଭଗବାନ ପୁଝାରୀ, ଦୁର୍ଜନ ନାଏକ ନିରନ ପୂଝାରୀ, ସୁଶାନ୍ତ ଦଳେଇ, ତପନ ପୁଝାରୀ, ଗୌର ମୁଣ୍ଡଛିନା, ସୁବାଷ ମହାଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ମୁଖିଗୁଡ଼ା, ମହିପାଣି, ପତିଗୁଡ଼ା, ତାଲଗୁଡ଼ ର ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ର ଶୋଭାବର୍ଦ୍ଧନ କରିଥିଲେ।

