ରାୟଗଡ଼ ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ରାୟଗଡ/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) :  ରାୟଗଡ଼ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ରାୟଗଡ଼ ପୌରପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡ଼ଙ୍କ ସହଯୋଗରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ରାୟଗଡ଼ ପୌରପରିଷଦର ସମ୍ମାନନୀୟ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏବଂ ରାୟଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଥିଲା। ଏହି ଅବସରରେ ରାୟଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ପୌରପରିଷଦର ସମସ୍ତ କାଉନସିଲର, ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଅମରେନ୍ଦ୍ର ନାଥ, କମ୍ୟୁନିଟି ଅର୍ଗାନାଇଜର ସମାପିକା ପାତ୍ର, ଦେବସ୍ମିତା ପାଣିଗ୍ରାହୀ,  କୃଷ୍ଣାନୁଜା ବେହେରାଙ୍କ ସମେତ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *