ସିଲିଗୁମା ଜଙ୍ଗଲରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍ ରବି କୁମାର) :  ପେପରମେଟଲା ଥାନା ଅନ୍ତର୍ଗତ ସିଲିଗୁମା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ୪ କୁଇଣ୍ଟାଲ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଏକ ଦାବିହୀନ ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ ଓ ବିଙ୍ଗରାଜ ଦାମୀଙ୍କ ସମେତ ଉପ-ନିରୀକ୍ଷକ ବ୍ରଜ ବିହାରୀ ନାୟକ, ଦୀନବନ୍ଧୁ ସିରା, ଏଏସଆଇ ରାମଚନ୍ଦ୍ର ହନ୍ତାଲ ଏବଂ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *