କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ରାଜଧାନୀ ଦିଲ୍ଲୀ ର ଯନ୍ତରମନ୍ତରରେ ଶିକ୍ଷାର ପାରଦର୍ଶିତା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସୋନମ୍ ୱାଙ୍ଗଚୁକଙ୍କ ଦୀର୍ଘ ଦିନର ଅନଶନ ଓ କକ୍ରୋଚ ଜନତା ପାର୍ଟି ର ଆନ୍ଦୋଳନକୁ ସମର୍ଥନ କରି କେସିଙ୍ଗା ୟୁଥ୍ ଆସୋସିଏସନ୍ ର ଡାକରାରେ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସର ସମର୍ଥନରେ କେସିଙ୍ଗା ଓ ଆଖପାଖ କୀକିଆ, ସିରୋଲ, ତହସିଁର, କନ୍ତେଶିର ଯୁବଶକ୍ତି, ଛାତ୍ରମାନେ ଏକ ଜୁଟ ହୋଇ ସକାଳ ୧୦ ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ରୁ କେସିଙ୍ଗା ଥାନା ପର୍ଯ୍ୟନ୍ତ ଏକ ରେଲି ରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଓ ନିଟ୍ ପରୀକ୍ଷା ପତ୍ର ଲିକ କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ସାଙ୍ଗକୁ ଦିଲ୍ଲୀ ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ରେ ସାମିଲ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦିଲ୍ଲୀ ପୋଲିସ ର ବର୍ବରତା କୁ ନେଇ ବିଜେପି ସରକାର ଉପରେ ନାରା ବାଜି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବରେ ଭୁକ ହଡତାଲ ରେ ବସି ପ୍ରତିବାଦ କରିବା ସହିତ ଦିଲ୍ଲୀରେ ଚାଲିଥିବା ଅନଶନ ଓ ଆନ୍ଦୋଳନ କୁ କେସିଙ୍ଗା ରୁ ନିଜ ସମର୍ଥନ ଜଣାଇଥିଲେ। ଆଜିର ଆନ୍ଦୋଳନକୁ ଛାତ୍ର ବିଜେଡ଼ି ଓ ଛାତ୍ର କଂଗ୍ରେସ ର ପୂର୍ଣ୍ଣ ସହଯୋଗ ମିଳିଥିବା ବେଳେ କଂଗ୍ରେସ କିଛି କର୍ମକର୍ତ୍ତା ଙ୍କୁ ମଧ୍ୟ ଆନ୍ଦୋଳନରେ ଦେଖିବାକୁ ମିଳିଥିଲା।ଆଜିର ଉକ୍ତ ଆନ୍ଦୋଳନରେ କେସିଙ୍ଗା ୟୁଥ୍ ଆସୋସିଏସନ୍ ର ସଭାପତି ସମ୍ଭୁ ବିଶି, ରିଶି ନାଏକ,ସ୍ଵାଗତ ପଟ୍ଟନାୟକ,ରୋହନ ମହଲା, ଖଗେଶ୍ବର ମାଝୀ,ଓମ ରାଜ ମିଶ୍ର, ଧର୍ମେସ ନିଆଲ ପ୍ରମୁଖ ଙ୍କ ସମେତ ଅନେକ ୟୁଥ୍ ଓ ଛାତ୍ର ମାନେ ଉପସ୍ଥିତ ଥିଲେ।

