ସାପ୍ତାହିକ ହାଟ ଯୋଗୁଁ ଜରୁରୀ କାଳୀନ ୧୦୮ ଆମ୍ବୁଲାନ୍ସ କୁ ମିଳୁନି ରାସ୍ତା 

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଦରମହକୁମାରେ ଦିନ କୁ ଦିନ ଜନସାଧାରଣଙ୍କ ସମାଗମ ବଢି ବଢି ଚାଲିଛି। ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଦୋକାନ ମାନ ବସାଇବା ଫଳରେ ଭିଡ ଦେଖିବାକୁ ମିଳିଛି। ତା’ ସହିତ ସାପ୍ତାହିକ ହାଟ ମଙ୍ଗଳବାର ଦିନ ପଡୁ ଥିବାରୁ ବାଇକ ଯାନ ବାହାନ ତ’ ଯିବା ଦୂର କଥା ରୋଗୀ ଧରି ଯାଉଥିବା ଜରୁରୀ କାଳୀନ ୧୦୮ ଆମ୍ବୁଲାନ୍ସ କୁ ମଧ୍ୟ ରାସ୍ତା ଖଣ୍ଡିଏ ମିଳିପାରୁନାହିଁ । ଏ ଭଲି ଅନେକ ଥର ଦେଖିବାକୁ ମିଳିଛି। ବିଭିନ୍ନ ପ୍ରକାରର ଦୁର୍ଘଟଣା ମାନ ଘଟି ମୃତ୍ୟୁ ବରଣ ମଧ୍ୟ କରିଥିବା ନଜିର କୁ ଆସିଛି। କୋରୋନା ସମୟରେ ସମସ୍ତ ପ୍ରକାର ଦୃଷ୍ଟି କୁ ରଖି ପୂର୍ବତ୍ତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ମ, ରାମପୁର ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ପଡ଼ିଆ ରେ ସପ୍ତାହୀକ ହାଟ ବସାଇଥିଲେ ଓ ଠିକ ଠାକ ଚାଲିଥିଲା ମ, ରାମପୁରର କିଛି ଲୋକଙ୍କ ସରପଞ୍ଚ ବୀଣାପାଣି ସାହୁ ଙ୍କୁ ବାଧ୍ୟ କରି ପୁଣି ହାଟ କୁ ପୁନରାବୃତ୍ତି ହେବାକୁ ପଡ଼ିଥିଲା। ସ୍ଥାନୀୟ ପୋଲିସ ବିଭାଗ ତହସିଲଦାରଙ୍କ ବିରୋଧ ସତ୍ତ୍ୱେ ହାଟ ବସିଥିଲା। ସାପ୍ତାହିକ ହାଟ ବସିବା ପାଇଁ ତତ୍କାଳୀନ ତହସିଲଦାର ସ୍ଥାନ ନିରୂପଣ କରି ହାଟ ବସାଇବା ପାଇଁ ଧାର୍ଯ୍ୟ କରିଥିଲେ ଓ ସପ୍ତାହ ବଜାର ମଧ୍ୟ କିଛି ଦିନ ବସିବା ପରେ ପୁଣି ବସଷ୍ଟାଣ୍ଡ ପରିସର କୁ ହାଟ କୁ ଅଣାଗଲା। ଉକ୍ତ ଜାଗାରେ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ର ଏକ ପିଣ୍ଡି ନିର୍ମାଣ କରାଯାଇଛି । ଆଜି ତାହା ଅଳିଆ ଆବର୍ଜନା ରେ ଭରପୁର ହୋଇ ପଡିଛି। ତୁରନ୍ତ ଉକ୍ତ ସପ୍ତାହୀକ ବଜାର ପଡିଆ କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ କଂଗ୍ରେସ କମିଟି ସଭାପତି ରୁଦ୍ର ପ୍ରତାପ ସିଂହ, ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *