ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରୀଗୁଡା ଗ୍ରାମରେ ଲଗେଇଥିବା ୫ ହଜାର ନୀଳଗିରି ଚରା ସହ ଲଗେଇବାକୁ ଥିବା ୫ ଚରା କୁ ନଷ୍ଟ କରିଦେଲେ ୭ଜଣ ଦୁର୍ବୁତ୍ତ। ଏନେଇ କୋଡ଼ିଙ୍ଗା ଥାନା ରେ ଅଭିଯୋଗ କଲେ ଡ଼େଙ୍ଗାଗୁଡ଼ା ସମିତି ସଭ୍ୟା। ସୂଚନା ଅନୁଯାୟୀ ଡ଼େଙ୍ଗାଗୁଡ଼ା ଗ୍ରାମର ଖାଲି ପଡିଥିବା ଏକ ସରକାରୀ ଡଙ୍ଗର କୁ ନୀଳଗିରି ଗଛ ଲଗେଇବା ପାଇ ଗ୍ରାମରେ ନିଷ୍ପତି କରିଥିଲେ। ୨୬୫ ପରିବାର ଆଲୋଚନା କରି ପରିବାର ପିଛା ୫୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ, ଚରା ବାବଦ କୁ ୭ ଟଙ୍କା ଲେଖାଏଁ ଦେଇ ୧୦ ହଜାର ଚରା କିଣି ଆଣି ରବିବାର ଦିନ ଗ୍ରାମବାସୀ ଶ୍ରମଦାନ କରି ୫ ହଜାର ଚରା ରୋପଣ କରିଥିଲେ। ସୋମବାର ଦିନ ଆଉ ପାଞ୍ଚ ହଜାର ଚରା ଲଗେଇବା ପାଇ ପହଁଚି ଦେଖିବା ସମୟରେ ପୂର୍ବରୁ ଲଗା ଯାଇଥିବା ଚରା କୁ ଚୋଚାରାଗୁଡା ଗ୍ରାମର ନରସିଂହ ହରିଜନ, ଲାଇବାନ ହରିଜନ, ସମାରୁ ହରିଜନ, ନନ୍ଦ ହରିଜନ, ଟଙ୍କ ହରିଜନ, ତୁଲାରାମ ହରିଜନ, ତ୍ରିଲୋଚନ ହରିଜନ ନଷ୍ଟ କରିଦେଇଛନ୍ତି। ଆଜି ନେଇ ଯାଇଥିବା ୫ ହଜାର ଚରା ମଧ୍ୟ ଜୋର ଜବରଜସ୍ତ ନଷ୍ଟ କରିଦେଇଥିବା ନେଇ କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଏନେଇ କୋଡ଼ିଙ୍ଗା ଥାନା ଅଧିକାରୀ ଦୀପକ କୁମାର ଜେନା କୁ ଯୋଗାଯୋଗ କରିବା ରୁ ଏନେଇ ଡ଼େଙ୍ଗାଗୁଡ଼ା ସମିତି ସଭ୍ୟ ଲିଖିତ ଅଭିଯୋଗ କରିଛନ୍ତି, ଏହାର ତଦନ୍ତ ଜାରି ରହିଥିବା କହିଛନ୍ତି।
