ଇନ୍ଦ୍ରାବତ ବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ନିକଟରେ କୁମ୍ଭୀର, ଲୋକେ ଆତଙ୍କିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଶିବ ମନ୍ଦିର ନିକଟରେ ଏକ କୁମ୍ଭୀର ଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ଏନେଇ ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ବୃହୁ ଲୋକ କେନାଲ ନିକଟରେ ରୁଣ୍ଡ ହେଇଥିଲେ । କିନ୍ତୁ କେନାଲରେ ପ୍ରାୟ ୧୦ ଫୁଟ ପାଣି ଥିବାରୁ ପାଣି ଭିତରେ କୁମ୍ଭୀରଟି ରହିଯାଇଥ‌ିବା କୁହାଯାଉଛି। ଏନେଇ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧୁକାରୀ ଆର. କଲାଇଭାନନଙ୍କ ସହ ଯୋଗାଯୋଗ କରାଯାଇଥିଲା। ତୁରନ୍ତ କୁମ୍ଭୀରର ସନ୍ଧାନ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିନ ୧୨ଟା ବେଳେ ଖୋଦ ଥୁଆମୁଳ ରାମପୁର ବନାଂଚଳ ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃତ୍ବରେ କିଛି ବନ ବିଭାଗ କର୍ମଚାରୀ ଘଟଣାସୁଳରେ ପହଂଚି କୁମ୍ଭୀରର ଠାବ ନେଇ ପ୍ରୟାସ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *