ଦିବଙ୍ଗତ ଶିକ୍ଷକଙ୍କ ପରିବାର ପାଖରେ ଛିଡ଼ାହେଲା ଶିକ୍ଷକ ସଂଘ : ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ଦିବଙ୍ଗତ ଶିକ୍ଷକ ସଚ୍ଚିନ୍ଦ୍ର ଦଳପତିଙ୍କ ଆଜି ଦ୍ୱାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସକ୍ୟାଡ଼ର) ଏବଂ ମିଳିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ସ୍ୱର୍ଗୀୟ ଶିକ୍ଷକଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଏଥିସହିତ ସଂଘ ପକ୍ଷରୁ ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ ଓ ସମବେଦନା ସଭାରେ ଶିକ୍ଷକ ଗଗନ ବିହାରୀ ପଟ୍ଟନାୟକ, ଦେବିସିଂ ମାଝୀ, ବୈକୁଣ୍ଠ ଜାଲ, ଈଶ୍ୱରୀ ପ୍ରସାଦ ଅଗସ୍ତି, ପଞ୍ଚାନନ ମାଝୀ, ରାମନାରାୟଣ ପୂଝରୀ, କେଦାରନାଥ ନାଏକ, ହରିହର ନାଏକ, ରଞ୍ଜିତ କୁମାର ଖମାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *