ସଇଁତଲା/କ୍ରାନ୍ତିକ୍ଷେତ୍ର : ଖରିଫ ଋତୁରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ସଇଁତଲା ଅଞ୍ଚଳରେ ସାର ଅଭାବ ଓ କଳାବଜାରୀ ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ନିର୍ଦ୍ଧାରିତ ଦରରେ ସାର ମିଳୁନଥିବା ଅଭିଯୋଗ କରି ଚାଷୀମାନେ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସଇଁତଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ସାର ବିକ୍ରି କେନ୍ଦ୍ର ଓ ଘରୋଇ ଦୋକାନରେ ୟୁରିଆ, ଡିଏପି ଓ ପଟାସ ସାର ସରକାରୀ ଦରଠାରୁ ୧୫୦ ରୁ ୩୦୦ ଟଙ୍କା ଅଧିକ ଦରେ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନେକ ସ୍ଥାନରେ ବିନା ବିଲ୍ ରେ ସାର ଦିଆଯାଉଥିବା ସହ ସାର ସହିତ ଅନ୍ୟାନ୍ୟ ଔଷଧ କିଣିବାକୁ ବାଧ୍ୟ କରାଯାଉଥିବା କୁହାଯାଉଛି। ଜଣେ ଚାଷୀ କହିଲେ, ସାର ପାଇଁ ସକାଳୁ ଲାଇନ ଲାଗୁଛୁ, ଶେଷରେ ମିଳୁନି। ଦଲାଲ ମାନେ ଗୋଦାମରୁ ସାର ଉଠାଇ ନେଇ ଉଚ୍ଛାଦରେ ବିକ୍ରି କରୁଛନ୍ତି। କୃଷି ବିଭାଗ ଓ ପ୍ରଶାସନ ଦୟାକରି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏନେଇ ସ୍ଥାନୀୟ କୃଷି ଅଧିକାରୀଙ୍କୁ ପଚରାଯିବାରୁ ସେ କହିଛନ୍ତି, “ଆମ ପାଖକୁ ଏପରି ଅଭିଯୋଗ ଆସିଛି। ଆମେ ବିଭିନ୍ନ ଦୋକାନରେ ଚଢ଼ାଉ କରିବା ସହ ଷ୍ଟକ ଯାଞ୍ଚ କରୁଛୁ। ଯଦି କେହି ଅଧିକ ଦରେ ବିକ୍ରି କରୁଥିବା ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ସଇଁତଲା ଅଞ୍ଚଳର ସମସ୍ତ ସାର ଦୋକାନରେ ସରକାରୀ ଦର ସୂଚୀ ଟାଙ୍ଗିବା ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବା କଳାବଜାରୀଙ୍କ ବିରୋଧରେ ପୋଲିସ ଓ କୃଷି ବିଭାଗର ମିଳିତ ଚଢ଼ାଉ ଟୋଲ୍ ଫ୍ରି ନମ୍ବର ଜାରି କରି ଅଭିଯୋଗ ଶୁଣାଣିର ବ୍ୟବସ୍ଥାଯଦି ତୁରନ୍ତ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ସଇଁତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚାଷୀ ସଂଘ ଚେତାବନୀ ଦେଇଛି।
