ସରପଞ୍ଚ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରପଞ୍ଚ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପୂର୍ବକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି।  ରାଜ୍ୟ ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସରପଞ୍ଚ ଓ ପିଇଓ ଲାଞ୍ଚ ନେଇ ଘର ଦେଉଛନ୍ତି ବୋଲି କହିବା ପ୍ରସଙ୍ଗ ରେ କହିଥିଲେ ଯେ, ବର୍ତ୍ତମାନ ଯାଏଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଚୂଡାନ୍ତ ତାଲିକା ପ୍ରକାଶ କରିନାହିଁ, ଏଭଳି ସ୍ଥିତି ରେ ନିଜର ଦୋଷ ତ୍ରୁଟି କୁ ଲୁଚାଇବାକୁ ବୃଥା ପ୍ରୟାସ କରି ଲୋକଙ୍କ ପ୍ରତିନିଧି ସରପଞ୍ଚମାନଙ୍କୁ ଲାଞ୍ଚ ନେବା ଭଳି କହିବା ସମିଚୀନ ନୁହେଁ ଏବଂ ଯୋଗାଣ ମନ୍ତ୍ରୀ ସାତ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତ ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳକୃଷ୍ଣ ହାତୀ, ସେରଗଡ଼ ସରପଞ୍ଚ ରାହୁଲ ସାହୁ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *