+୨କଳା ବିଭାଗର ଛାତ୍ରୀ ଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବିଶ୍ୱନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ମଣ୍ଡଳ ଠାରେ ୨୦୨୬/୨୭ ମସିହା ଶିକ୍ଷା ବର୍ଷର ଏକାଦଶ ଶ୍ରେଣୀର ନବଜାତ ଛାତ୍ରୀ ଛାତ୍ର ମାନଙ୍କୁ ସୋମବାର ଦିନ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧି ପଣ୍ଡା ମୁଖ୍ୟ ଅତିଥି, ପଞ୍ଚାୟତ ସମିତି କଲମପୁରର ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ମୁଖ୍ୟ ବକ୍ତା , ସ୍କୁଲ ପରିଚାଳନା କମିଟି ଏସଏମସିର ସଭାନେତ୍ରୀ ଭାନୁମତୀ ମାଝୀଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟ ଅତିଥି ଶ୍ରୀପଣ୍ଡା ଛାତ୍ରୀଛାତ୍ର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହିତ ସେମାନେ କିପରି ମଣିଷ ପରି ମଣିଷଟିଏ ହୋଇ ନିଜକୁ ଗଢ଼ିତୋଳିବେ ସେ ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରୀଛାତ୍ର ମାନଙ୍କୁ କିପରି ଶୃଙ୍ଖଲିତ ଭାବରେ ରହିବେ , ବିଦ୍ୟାଳୟର ନୀତି, ନିୟମ ଓ ଅନୁଶାସନକୁ ଯେପରି ପାଳନ କରି ଶିକ୍ଷା କ୍ଷେତ୍ରରେ ଆଗେଇବେ ସେ ବିଷୟରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନେ ନିଜ ନିଜ ପରିଚୟ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଛାତ୍ରୀ ଛାତ୍ର ମାନେ ମଧ୍ୟ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କଦ୍ୱାରା ସୁନ୍ଦର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଏଚଏସଏସ ଦାୟିତ୍ଵ ରେ ଥିବା ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମେହେର ଛାତ୍ରୀଛାତ୍ର ମାନଙ୍କୁ ଶ୍ରେଣୀ ପ୍ରତେଷ୍ଠ, ପୁସ୍ତକାଳୟ ଏବଂ ବିଦ୍ୟାଳର ପରିସର ପରିଦର୍ଶନ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ଆଧ୍ୟାତ୍ମିକ ପରିବେଶରେ ବିଦ୍ୟାଳୟର ଇତିହାସ ଅଧ୍ୟାପକ ଧନଞ୍ଜୟ ପଣ୍ଡା ପରିଚାଳନା କରିଥିବାବେଲେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *