ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଭାରତୀୟ ଜନତା ପାର୍ଟି ତରଫରୁ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ପୂର୍ବରୁ ଜୟପାଟଣା ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି ଭାବେ କାର୍ଯ୍ୟ କରିଆସୁଥିବା ଅନୁରାଧା ବୈଠାରୁଙ୍କୁ ବର୍ତ୍ତମାନ ଜିଲ୍ଲା ମହିଳା ମୋର୍ଚ୍ଚାର ସମ୍ପାଦିକା ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀମତୀ ବୈଠାରୁ ଭାରତୀୟ ଜନତା ପାର୍ଟିର ସମସ୍ତ ଜିଲ୍ଲା ପଦାଧିକାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ ଏବଂ ମହିଳା ମୋର୍ଚ୍ଚା ସଭାପତି କାଞ୍ଚନ ବାଗଙ୍କୁ ସେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଦଳର ନୀତି ଓ ଆଦର୍ଶକୁ ପାଥେୟ କରି ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।
