ଜୟନ୍ତୀ ବିହାରୀ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ମନୋନୀତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ବିଜେପି କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଭାବରେ ଜୟନ୍ତୀ ବିହାରୀଙ୍କୁ ଦଳ ପକ୍ଷରୁ ମନୋନୀତ କରାଯାଇଛି । ଏହାପରେ ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ତଥା ସହଯୋଗୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଶ୍ରୀମତୀ ବିହାରୀ ଦୀର୍ଘ ଦିନରୁ ଦଳରେ ରହି ନିଷ୍ଠାବାନ ସହ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରି ସାରିଛନ୍ତି, ସେ ୨୦୧୨ ମସିହାରେ କଲମପୁର ବ୍ଲକ ବିଜମରା ମଣ୍ଡଳରୁ ବିଜେପି ଦଳ ତରଫରୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ଦିନ ରୁ ଦଳରେ ନିଷ୍ଠାବାନ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ସାରିଛନ୍ତି ଓ ଅନେକ ପଦପଦବୀ ରହି ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ପାଇ ନିଷ୍ଠାର ସହିତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇଛନ୍ତି, ସେ ଏହି ପଦବୀ ପାଇବା ପରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କାଞ୍ଚନ ବାଗ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୁର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର୍ ପଣ୍ଡା, ପୁର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଓ ସମସ୍ତ ବରିଷ୍ଠ ନେତୃତ୍ବ ଓ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗମୀ ଦିନରେ ଦଳର ନୀତି ଆଦର୍ଶ କୁ ନେଇ ସଂଗଠନକୁ ମଜବୁତ କରିବା ସହ ମହିଳା ମୋର୍ଚ୍ଚାକୁ ସଂଘଟିତ କରି ମହିଳା ମାନଙ୍କ ସମସ୍ୟାର ସମାଧାନ କରିବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *