ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ଅଗ୍ରଣୀ ସାମାଜିକ ସଂଗଠନ ‘ସ୍ଵାଭିମାନ ପରିବାର’ ପକ୍ଷରୁ ଜଣେ କ୍ୟାନ୍ସର ରୋଗୀ ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ସଇଁତଳା ବ୍ଳକର ମାଲପଡ଼ା ବାସିନ୍ଦା ରୋଗୀ ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ଆର୍ଥିକ ଅଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ଖବର ପାଇ ‘ସ୍ଵାଭିମାନ ପରିବାର’ର ସଦସ୍ୟମାନେ ତାଙ୍କ ନିକଟରେ ପହଞ୍ଚିଥିଲେ। ସଂଗଠନର କର୍ମକର୍ତ୍ତାମାନେ ରୋଗୀଙ୍କ ବାସଭବନକୁ ଯାଇ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିବା ସହ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହ ଆଗାମୀ ଦିନରେ ମଧ୍ୟ ସମ୍ଭାବ୍ୟ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସଂଗଠନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।ଏହି ସହାୟତା ପ୍ରଦାନ ସମୟରେ ସ୍ଵାଭିମାନ ପରିବାରର ସଦସ୍ୟା ରାକେଶ ସାହୁ ସୋମ୍ୟରଞ୍ଜନ ସାହୁ ଜ୍ଞାନ ରଞ୍ଜନ ସାହୁ ପ୍ରକାଶ ସାହୁ ହରି ସାହୁ ସୋରଜ ସାହୁ ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଏଭଳି ମାନବୀୟ ଓ ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
