କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର : ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ବତୀ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ତେଲିବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ରତ୍ନାକର ନାଏକ ମୁଖ୍ୟ ଅତିଥି, ବିଜ୍ଞାନ ଶିକ୍ଷକ ସମ୍ବିତ ଜେନା, ଅବସରପ୍ରାପ୍ତ ଖେଳ ଶିକ୍ଷକ ଜଗନ୍ନାଥ ବେହେରା, ସରକାରୀ ଶିକ୍ଷକ ନାରାୟଣ ମହାରଣା, ଶିକ୍ଷକ ବ୍ରଜମୋହନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଗୁରୁଜୀ ସୁଶାନ୍ତ ଭୋଇଙ୍କ ପରିଚାଳନାର କରିଥିଲେ। ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ପୁଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଗୁରୁଜୀ ନିର୍ମଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
