ଭାଙ୍ଗିଲା ଖୁଣ୍ଟିଆ ଓ ମିର୍ଜାପୁର ରାସ୍ତା ପୋଲ, ଯାତାୟତ ଠପ

ବେହେରା/କ୍ରାନ୍ତିକ୍ଷେତ୍ର(ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଖୁଣ୍ଟିଆ ଏବଂ ମିର୍ଜାପୁର କୁ ସଂଯୋଗ ଥିବା କେନାଲ ପୋଲ ଦୀର୍ଘ ଦିନ ହେଲା ଦୁର୍ବଳ ସ୍ଥିତିରେ ଥିବା ନେଇ ବିଭାଗୀୟ ତରଫରୁ ସୂଚନା ଦେଇଥିଲେ। କିନ୍ତୁ ପୋଲ ନିର୍ମାଣପାଇଁ ଏଯାଏଁ ବିଭାଗୀୟ ତରଫରୁ ତତ୍ପରତା ନହେବାରୁ ଶେଷରେ ପୋଲଟି ଭାଙ୍ଗିବାରୁ ଯାତାୟତ ସମ୍ପୂର୍ଣ ଠପ ହୋଇଗଲା!ଳ। ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଏହାର ଆଶୁ ସ୍ଥାୟୀ ସମାଧାନ ପାଇଁ ଏ ଅଂଚଳର ବୁଦ୍ଧିଜୀବୀ  ଟଙ୍କଧର ଧରୁଆ, ବଳଦେବ ଦୁର୍ଗା, କୈଳାଶ ସୁନାନୀ, ପଦ୍ମଲୋଚନ ଧରୁଆ, ନେପାଳ ଖରସେଲ, ରାଧେଶ୍ୟାମ ଗୋପାଳ, ପଦ୍ମବନ ହାତୀ, ପୂର୍ଣ୍ଣ ରଣା, ଉଦ୍ଧବ ମେହେର ପ୍ରମୁଖ ବ୍ୟକ୍ତି ସମୂହ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *