କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର : ସରକାର ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଅବହେଳା ପାଇଁ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ର ଅନେକ ଗ୍ରାମବାସୀ। ଘଣ୍ଟାପଡା ପଞ୍ଚାୟତ କୁନାଶିଲା – ମହିବିଳା ରାସ୍ତା ଉପରେ ବରଗାଁ ପଞ୍ଚାୟତ ର ସୌରୀବେଙ୍ଗେସ, ବରଗାଁ, କକେନଜୋର, ମହିବିଲା, ଖଳିଆପାଳି ପାଜିମୁହାଣ, ସାହାଜପିଟା, ପାର୍ବତୀପୁର ଗୌରୀବେଙ୍ଗେସ ଗ୍ରାମର ଲୋକେ ନିର୍ଭର କରନ୍ତି, ଏହି ରାସ୍ତା ଛାତ୍ରଛାତ୍ରୀ ମାନେ ଘଣ୍ଟାପଡ଼ା କଲେଜ କୁ ପାଠ ପଢ଼ିବା ପାଇଁ ଯାଉଛନ୍ତି। ପଡୋଶୀ ବଲାଙ୍ଗୀର ଡାକ୍ତରଖାନା ଯିବା ସହ ଘଣ୍ଟାପଡ଼ା ବଜାର କୁ ଯିବା ଆସିବା କରନ୍ତି। ଖାରା ଦିନ ଯେମିତି ସେମିତି ଯିବା ଆସିବା କରନ୍ତି କିନ୍ତୁ ବର୍ଷା ଋତୁ ଆସିଲେ ଏହି ରାସ୍ତା ଚିନ୍ତା ର ବିଷୟ ପାଲଟି ଯାଏ। ଆମ୍ବୁଲାନ୍ସ ତ ଦୂରର କଥା ଲୋକେ ଚାଲିକି ଯିବା ଆସିବା କରିବା କଷ୍ଟକର ହୋଇପଡେ। ଏହି ରାସ୍ତା କୁ ଗତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ସର୍ଭେ ମଧ୍ୟ କରିସାରିଛି କିନ୍ତୁ ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହୋଇ ନାହିଁ, ଏହି ରାସ୍ତା ସମ୍ପର୍କ ରେ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ ଜିଲ୍ଲାପାଳ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି। ଏଥି ପ୍ରତି ଓଡିଶା ସରକାର ଦୃଷ୍ଟି ଦେଇ ଯଥା ଶୀଘ୍ର ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
