ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କୁଇକୁଳ ସମିତି ପକ୍ଷରୁ ବିଶ୍ଵବ୍ୟାପୀ ଆଦିବାସୀ ଦିବସ ବହୁ ଆଡ଼ମ୍ବରେ ପାଳିତ ହୋଇଛି । ସ୍ଥାନିୟ କୁଇ କୂଳ ସମିତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆରରେ ନୃତ୍ୟ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହା ପରେ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି କ୍ଲେଶ ପ୍ରଧାନ ଙ୍କ ତତ୍ୱାବଦ୍ଧନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ପ୍ରଦୀପ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଆସିସଟାଣ୍ଟ କଲେଟର ସଂଜୀବ ରୂପା ମାଝୀ, ବିଜେସ୍ୱର ମଲିକ,ମନୋଜ ମଳିକ,ପୁସାରା କହଁର ସିନାଲା ପ୍ରଧାନ ସୁଜିତ୍ ଦଳେଇମାଝୀ ଗଣ୍ଡ ସମାଜ ସମ୍ପାଦକ ଶ୍ଜିତେନ୍ଦ୍ର ନାୟକ, ଜିଲ୍ଲା ଗଣ୍ଡ ସମାଜ ସଭାପତି ବିଷ୍ଣୁଚରଣ ପ୍ରଧାନ, ଭୁଲେଶ୍ଵର ନାୟକ, ନାରାୟଣ ପ୍ରଧାନ, ଜନକ ଯୋଗ ଦେଇ ଥିଲେ । ଆଦିବାସୀ ଏକତା ପରିଷଦ ସଭାପତି ଦୟାନିଧ୍ୟ ମଲିକ,ମଦନ ମୋହନ ପ୍ରଧାନ, ସାମୁଏଲ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବାଲିଗୁଡ଼ା ତୁମୁଡିବନ୍ଧ, କୋଟଗଡ ନୂଆଗାଁ ଅଞ୍ଚଳ ର ବହୁ ଆଦିବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *