୮୦% ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିବ କେବେ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ରହିଛି। ହେଲେ ଯୋଗ୍ୟତା ଥିବା ସତ୍ତ୍ୱେ ଭତ୍ତା ମିଳୁନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନୁମୁଣ୍ଡା ପଞ୍ଚାୟତର କପାସିରା ଗାଁର ରବିନ୍ଦ୍ର ମହାନନ୍ଦିଆ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ସତ୍ତ୍ୱେ ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗତା କାରଣରୁ ଦୈନନ୍ଦିନ ଜୀବନ ଓ ଜୀବିକା ନିର୍ବାହରେ ବିଭିନ୍ନ ସମସ୍ୟା ଦେଖାଦେଉଥିବା ବେଳେ ସରକାରୀ ଭତ୍ତା ତାଙ୍କ ପାଇଁ ଏକ ବଡ଼ ଆଶା। ରବିନ୍ଦ୍ରଙ୍କ କହିବା ଅନୁସାରେ, ଭତ୍ତା ପାଇବା ପାଇଁ ସେ ଆବେଦନ କରିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିନାହିଁ। ଫଳରେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ସେ ଅସୁବିଧାରେ ଦିନ କାଟୁଥିବା ଅଭିଯୋଗ ହୋଇଛି। “୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଭତ୍ତା ମିଳୁନାହିଁ। ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ବୋଲି ପ୍ରଶ୍ନ କରିଛନ୍ତି ରବିନ୍ଦ୍ର।ଏଭଳି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ହେବା ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ତେଣୁ ଘଟଣାର ତଦନ୍ତ କରି ରବିନ୍ଦ୍ରଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ଏହି ମାମଲାରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *