କ ନୂଆଗାଁରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର 

କ ନୂଆଗାଁ/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। କ ନୂଆଗାଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜିଲ୍ଲାପରିଷଦ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦି, ଉପସ୍ଥିତ ରହି ଅଭିଯୋଗ କାରୀଙ୍କ ଅଭଯୋଗ ପତ୍ର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମାଧ୍ୟ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ,ଉଦ୍ୟାନ ଓ କୃଷି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ଜଳ ଓ ପରିମଳ ବିଭାଗ, ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଶିକ୍ଷା ବିଭାଗ, ବନ ବିଭାଗ ସହ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଏହି ଶିବିରରେ ସମୁଦାୟ ୧୧୦ ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ଜିଲ୍ଲାପାଳ ସମସ୍ୟା ଗୁଡିକର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିପି ରାକେସ କୁମାର ସାହୁ, ସହକାରୀ ଯନ୍ତ୍ରୀ ଶୁଭମ୍ ମହାପାତ୍ର ସହ ଏପିଓ ତ୍ରିନାଥ ନାଏକ ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ଓ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରଥିଲେ।

Leave a Reply

Your email address will not be published. Required fields are marked *