ବୃନ୍ଦାବାହାଲରୁ ସହିଦ ପିଠକୁ ପଦଯାତ୍ରା, ସହିଦ ବୀରେନ୍ଦ୍ରନାଥ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତରୁ କଳାହାଣ୍ଡି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ଗୋଲାମୁଣ୍ଡା ବ୍ଲକ ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପଦଯାତ୍ରା ସହିଦ ବୀରେନ୍ଦ୍ରନାଥ ରାଉତଙ୍କ ସହିଦ ପିଠରେ ପହଞ୍ଚିବା ପରେ ତାଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପି କଳାହାଣ୍ଡି ଜିଲ୍ଲା ସଭାପତି ଜୁଗଲ କିଶୋର ପୋଢ଼, ଉପସଭାପତି ରୁପେଶ ଜେନ, ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଂ. ଦିନେଶ କୁମାର ରାଉତଙ୍କ ସମେତ ଯୁବମୋର୍ଚ୍ଚାର ସମୀର ସାହୁ, ହୁତେଶ ମିଶ୍ର, ପ୍ରଭଞ୍ଜନ ସରାଫ, ଭୀଷ୍ମ ମେହେର, ଚନ୍ଦ୍ର କେତକୀ, ସଞ୍ଜୀବ ସାହୁ, ମଲୟ ରାଉତ ଓ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାମାନେ ସହିଦ ବୀରେନ୍ଦ୍ରନାଥ ରାଉତଙ୍କ ସହିଦ ପିଠରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *