ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ରାଜଧାନୀ ନିକଟରେ ଅବସ୍ଥିତ ବୋତଣ୍ଡା, କଣ୍ଟିଲୋ ଓରକଳ ଆଦି ଅଞ୍ଚଳ ସବୁ ପଧାନସାହି ପଞ୍ଚାୟତ ଅଧିନରେ ଆସୁଛି। ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଅନୁରୋଧ କରାଗଲେ ମଧ୍ୟ ଏହା ଭୁବନେଶ୍ୱର ମ୍ୟୁନିସିପାଲ କରପୋରେସନରେ, ସବୁ ଯୋଗ୍ୟତା ଥାଇ ସୁଦ୍ଧା ସାମିଲ ହୋଇ ପାରୁନାହିଁ। ଫଳରେ ଏଠାରେ ବସବାସ କରୁଥିବା ନାଗରିକ ମାନେ ସେମାନେ ତାଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଏହି ଅଞ୍ଚଳ ନା ସହରରେ ଆସୁଛି ନା ପଲ୍ଲୀରେ ଆସୁଛି। କଷ୍ଟ ପାଉଛନ୍ତି ଆପାର୍ଟମେଣ୍ଟ ବାସୀନ୍ଦା। ସୂଚନା ଥାଉକି ଭୟଙ୍କର ଗତିରେ ଅଟ୍ଟାଳିକାମାନ ତିଆରି ହେଉଛି ସତ କିନ୍ତୁ ଧଉଳି ସେକ୍ସନ ଅଧୀନରେ ଆସୁଥିବା ବିଦ୍ୟୁତ ପ୍ରଦାନକାରୀ ସଂସ୍ଥା ପାଖରେ ଉପଭୋକ୍ତାଙ୍କ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ ଯୋଗାଇବାରେ ସେତିକି ଲୋଡ କ୍ଷମତା ଅଛିତ? ବିଜଳି ତାର ସବୁଠି ଟଣା ହୋଇଛି ହେଲେ ସଠିକ ଭାବରେ ଲୋଡ ଯାଉଛିକି ନାହିଁ ଦିନେ ହେଲେ ଟାଟା ପାୱାର କେବେ ଚିନ୍ତା କରିନି କି ଲୋଡ କ୍ଷମତା ବଢାଇବାରେ ଆଦୌ ପ୍ରୟାସ କରାଯାଇନି। ଫଳରେ ସବୁଦିନ ଲାଇନ ଅପ ଡାଉନ ହେଉଥିବା ତଥା ଲୋ ଭୋଲଟେଜ ଥିବା ଯୋଗୁଁ ଉପଭୋକ୍ତାମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଲାଇନ କଟିଲେ କି ଧପଧପ ହେଲେ ଅଭିଯୋଗ କଲେ କଣ୍ଟ୍ରୋଲ ରୁମର ଫୋନ କେହି ଧରୁ ନାହାଁନ୍ତି ଅଥବା ନା ଯାହା କହନ୍ତି ଉପଭୋକ୍ତାମାନେ ବିରକ୍ତି ପ୍ରକାଶ କହନ୍ତି। ଜେଇ ଫୋନ ଧରନ୍ତିନି। ସୂଚନା ଅନୁସାରେ ଗତ ଜୁଲାଇ ୨୫ରେ କଲ୍ୟାଣ ପ୍ଲାଜା-୨ର ଧପ ଧପ ହୋଇ ମନକୁ ମନ ଟ୍ରାନସଫର୍ମରେ ବିଭ୍ରାଟ ଦେଖାଯାଇ ଲାଇନ କଟି ଯାଇଥିଲା। କିଛି ମୀଟର ମଧ୍ୟ ପୋଡି ଯାଇଥିଲା, କିଛି ଉପଭୋକ୍ତାଙ୍କର ଏସି, ଫ୍ରିଜ, ଟିଭି ମଧ୍ୟ ପୋଡିଯାଇଥିଲା। ବହୁ ଅଭିଯୋଗ ପରେ ଦୀର୍ଘ ୧୮ ଘଣ୍ଟା ପରେ ଲାଇନ କନେକସନ ହେଲା। ଫଳରେ ବରିଷ୍ଠ ନାଗରିକ, ରୋଗୀ କିପରି ହଇରାଣ ହୋଇଛନ୍ତି ନା ବିଭାଗ ବୁଝିବ,ନା ଯନ୍ତ୍ରୀ, ନା ମନ୍ତ୍ରୀ। ଯଦି ବିଭାଗ ସ୍ମାର୍ଟ ନୁହେଁ,ଟାଟା ପାୱାର ସ୍ମାର୍ଟ ନୁହେଁ, ସିଷ୍ଟମ ସ୍ମାର୍ଟ ନୁହେଁ, ତେବେ ଜବରଦସ୍ତୀ ଉପଭୋକ୍ତାଙ୍କ ଭଲ ମୀଟର ବଦଳାଇ ସ୍ମାର୍ଟ ମିଟର ଲଗାଇବାର ଆବଶ୍ୟକତା କଣ ଥିଲା। ଗତ ମେ ମାସରେ ଟାଟା ପାୱାର ବହୁତ ପ୍ରୟାସ କରିଥିଲା, କିନ୍ତୁ କଲ୍ୟାଣ ପ୍ଲାଜାର ଉପଭୋକ୍ତା ଘୋର ବିରୋଧ କରିବାରୁ ଫେରି ପଳାଇଥିଲେ। ସେଠାରେ ବସବାସ କରୁଥିବା ଜନୈକ ସାମ୍ବାଦିକ ଅଭିଯୋଗ କରି କହିଛନ୍ତି କି ୨୫ ତାରିଖରେ ଲାଇନ କଟିବାରୁ ସେ ତାଙ୍କ ଝିଅ ଘରକୁ ଚାଲି ଯାଇଥିଲେ। ଖବର ପାଇଲୁ ମିଟର ଲାଗିଯାଇଛି। ତାଙ୍କ ବିନା ଉପସ୍ଥିତିରେ, ବିନା ସୂଚନାରେ ବିନା ସ୍ୱୀକୃତିରେ ମନକୁ ମନ ଯେଉଁ ସ୍ମାର୍ଟ ମିଟର ଲଗାଇଛନ୍ତି, ତାହା ସଠିକ, କି ନାହିଁ ତାର ଉତ୍ତର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଆସିଛି? ଯଦି ବିଲ ପଂଜୀକୃତ ମୋବାଇଲକୁ ଛାଡି ପାରିବେ, ସ୍ମାର୍ଟ ମିଟର ଲଗାଇବା ମେସେଜ ତ ଦେଇ ପାରିଥାନ୍ତେ, ସେତିକି ବି କରି ନାହାଁନ୍ତି। ଆମ୍ଭେ କଲ୍ୟାଣ ପ୍ଲାଜା ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କୁ ପଚାରି ବୁଝିବାରେ କହିଲେ ଏସଡିଓ ପ୍ରକାଶ ଅଗ୍ରୱାଲ ଏବଂ ମେକାନିକ ବାମ ଦାସ ଆଉ କିଛି ଲୋକ ଆସି ପୋଡିଯାଇଥିବା ମିଟର ଆଳରେ ସ୍ମାର୍ଟ ମିଟର ଲଗାଇ ଚାଲି ଯାଇଛନ୍ତି। କହିବାର ଅର୍ଥ ହେଲା ଯେ ଉପଭୋକ୍ତାଙ୍କୁ କୌଣସି ସଚେତନ ନକରି, ଏହାର ସୁବିଧା ଅସୁବିଧା ନ ଜଣାଇ ଟାଟା ପାୱାରର ଏହି ଅସାମ୍ବିଧାନିକ ବ୍ୟବସ୍ଥାକୁ ଭୁବନେଶ୍ୱର ବିକାଶ ମଞ୍ଚ ତରଫରୁ ଘୋର ବିରୋଧ କରାଯାଉଛି। ଟାଟା ପାୱାରର ନିଜର ଲାଭ ପାଇଁ ଯେଣତେଣ ସ୍ମାର୍ଟ ମୀଟର ଲଗାଇ ସରକାରଙ୍କୁ ଲୁଟିବାର ଯେଉଁ ଉଦ୍ୟମ ଚାଲିଛି,ସେଥିରୁ ନିବୃତ୍ତ ରହିବା ଆବଶ୍ୟକ, ନଚେତ ଆଗାମୀ ଦିନରେ ଭୁବନେଶ୍ୱର ବିକାଶ ମଞ୍ଚ ତରଫରୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଭୁବନେଶ୍ୱର ବିକାଶ ମଂଚର ମହା ସଚିବ ରଜନୀକାନ୍ତ ସାମନ୍ତରାୟ ଏକ ପ୍ରେସ ସୂଚନା ଦେଇଛନ୍ତି।
