କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ପଞ୍ଚାୟତ ଅଧିନସ୍ଥ ଜନୈକା ନାବାଳିକା ଏକ ଶିଶୁପୁତ୍ର ଜନ୍ମ କରିଥିଲେ। ଶିଶୁପୁତ୍ର ଜନ୍ମ କରି ପ୍ରାୟ ଏକ ବର୍ଷ ମଧ୍ୟରେ ମା’ ଆରପାରିକୁ ଚାଲିଗଲେ, ପରେ ତାଙ୍କ ସେହି ଶିଶୁପୁତ୍ର ଅଜାଆଇ ଭରସାରେ ଲାଳନପାଳନ ହୋଇ ଆସୁଛି। ମା’ର ମୁହଁ ଦେଖି ନଥିବା ଶିଶୁପୁତ୍ର ତିନିବର୍ଷ ହେବାକୁ ବସିଲାଣି ହେଲେ କୌଣସି ପ୍ରକାରର ସରକାରୀ ସହାୟତା ଏଯାଏଁ ପାଇପାରି ନାହାନ୍ତି। ଏନେଇ ଅଜାଆଇ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଲେଣି ହେଲେ କୌଣସି ସୁଫଳ ପାଇ ପାରିନାହିଁ, ଏହାର ପ୍ରମୁଖ କାରଣ ହେଲା ଆଧାର ସମସ୍ୟା, ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନଥିବା ଶିଶୁର ଅଜା ଆଇ ପ୍ରକାଶ କରିଛନ୍ତି। ଏହି ମାଁ ଛେଉଣ୍ଡ ପିଲାଟିର ଖବର ଜାଣିବା ପରେ ଆଜି କଲମପୁର ଜିଲ୍ଲା ପରିଷଦ ଯୋନ – ୧ ସଦସ୍ୟା ଦୁହିତା ମାଝୀ ସଂପୃକ୍ତ ପରିବାର ନିକଟରେ ପହଞ୍ଚି ଥିଲେ। କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶିଶୁ ଜନ୍ମ ପ୍ରମାଣ ପତ୍ର ହାସଲ କରି ଆଧାର କାର୍ଡ ପାଇବା ପର୍ଯ୍ୟନ୍ତ ଲଢେ଼ଇ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ସମୟରେ ଆଶା କର୍ମୀ ଭୂମିଶୂତା ବାଗ ଉପସ୍ଥିତ ରହିଥିବା ବେଳେ ବିଜେଡିର ମଣ୍ଡଳ ପଞ୍ଚାୟତର ସଭାପତି ଅଭିନ୍ନ ଚନ୍ଦ୍ର ଦାସ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
