କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ପକ୍ଷରୁ ନୂଆପାଲିସ୍ଥିତ ଆଦିବାସୀ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅନନ୍ତ କ୍ଷେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା ଅକାରୀ ସୌମ୍ୟରଞ୍ଜନ ପାତ୍ର ଯୋଗଦେଇ ବର୍ତ୍ତମାନ ସ୍ଥିତିରେ ସାଇବର ଠକେଇ, ସାଇବର ଅପରାଧ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାସ୍ଥଳେ ଶିକ୍ଷକ ଅନନ୍ତ ବେହେରା ଧନ୍ୟବାଦ ଦେଇଥିଲେ। ତା’ପରେ ବିଦ୍ୟାଳୟ ତରଫରୁ ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ସଂ ଗ୍ରାମୀ ପୁରୁଷଙ୍କ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।
