ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଶାନ୍ତ କୁମାର କୋଲ୍ଲାହୋରସ୍ ଶୁକ୍ରବାର ଯୋଗଦାନ କରିଛନ୍ତି। ପୂର୍ବତନ ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କ ନର୍ଲା ଥାନାକୁ ବଦଳି ହେବା ପରେ ଶ୍ରୀ କୋଲ୍ଲାହାର ତାଙ୍କଠାରୁ ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଶ୍ରୀ କୋଲ୍ଲାହାର କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଆମପାଣି ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଥୁଆମୂଳ ରାମପୁର ଭଳି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ସହ ପୁଲିସର ସମ୍ପର୍କକୁ ଅଧିକ ମଜବୁତ କରିବା ନୂତନ ଥାନା ଅଧିକାରୀଙ୍କ ପାଇଁ ଏକ ପ୍ରମୁଖ ଦାୟିତ୍ୱ ହେବ। ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ପରେ ଥୁଆମୂଳ ରାମପୁର ଅଞ୍ଚଳରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ପୁଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *