ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ତରଫରୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗୋଷ୍ଠୀର ସମସ୍ତ ସଦସ୍ୟା ହାତରେ ତ୍ରିରଙ୍ଗା ଧରି ଏକ ଶୋଭା ଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଏହି କ୍ରମରେ “ହର ଘର ତ୍ରିରଙ୍ଗା ଏବଂ ବିଭିନ୍ନ ଶ୍ଲୋଗାନ ଦେଇ ଗ୍ରାମରେ ଥିବା ଦୋକାନ ଏବଂ ବାଇକ ଆରୋହୀ ମାନଙ୍କୁ ତ୍ରିରଙ୍ଗା ବଣ୍ଟନ କରିଥିଲେ। ଉତ୍ପାଦକ ଗୋଷ୍ଠୀର ଦୁଲ୍ଲଭି ହଂସ, ରୀନା ପଟେଲ, ଲଲିତା ପଟେଲ, ଧରିତ୍ରୀ ପଟେଲ, ରଞ୍ଜିତା ରାଉତ, ହେମସୂତା ରାଉତ, ରେବତୀ ନାଏକ, ଦକ୍ଷୀଣା ନାଏକ, ହାରାମଣୀ ନାଏକ, ଅଙ୍ଗୁରି ପଟେଲ, ସୋନାଲୀ ପଟ୍ଟନାୟକ, ଦିପିକା ସାହୁ, ହେମଲତା ନାଗ, ଲଭଲି ପଟେଲ, ଦମୟନ୍ତୀ ନାଏକ ସଦସ୍ୟା ମାନେ ନିଜେ ତ୍ରିରଙ୍ଗା ପ୍ରସ୍ତୁତ କରି ଗ୍ରାମରେ ଥିବା ଦୋକାନ ଓ ବାଇକ ଆରୋହୀ ମାନଙ୍କୁ ତ୍ରିରଙ୍ଗା ବାଣ୍ଟିବା ପ୍ରୟାସ କୁ ଜନ ସାଧାରଣରେ ପ୍ରଂଶସା କରାଯାଇଛି।
