କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ଠାରେ ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ) ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ଚକ୍ରଧର ବେଶ୍ରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଘର ସମସ୍ତ କର୍ମକର୍ତ୍ତା ମାନେ ଏକାଠି ହୋଇ ଦେଶର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜରେ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା ପାଇଁ ନିଜର ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବାକୁ ଏହି ସମାରୋହରେ ସଂଘର ସଦସ୍ୟମାନେ ସଂକଳ୍ପ ନେଇଥିଲେ। ଗଣତନ୍ତ୍ରର ବିକାଶ ଏବଂ ସମାଜର ହିତ ପାଇଁ ସାମ୍ବାଦିକ ସଂଘ ସଦା ସର୍ବଦା ସମର୍ପିତ ବୋଲି ବକ୍ତାମାନେ ନିଜ ନିଜ ଉଦବୋଧନରେ ପ୍ରକାଶ କରିଥିଲେ। ଏହି ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସଂଘର ସମ୍ପାଦକ ଜଗଦୀଶ ନାଏକ, ଉପସଭାପତି ହିରଣ୍ୟ ବେହେରା, ସାଂଗଠାନିକ ସମ୍ପାଦକ ପରେଶ ପଟ୍ଟନାୟକ, ସାମ୍ବାଦିକ ତୁଲାରାମ ବେହେରା, ଦେବେନ୍ଦ୍ର ସାଗରଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
