ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲସ୍ଥିତ ବ୍ଲକ ଯାଦବ ଭବନ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପତାକା ଉତ୍ତୋଳନ ପରେ ଯାଦବ ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା ସହିତ ସମାଜର ଉନ୍ନତି ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ସଦସ୍ୟମାନେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ବ୍ଲକ ସଭାପତି ରେବା କଟା, କୋଷାଧ୍ୟକ୍ଷ ଧନେଶ୍ୱର ଚଲାନ, କେଗାଁ ଜୋନ ସଭାପତି ଦିନରାମ କେତକୀ, ବ୍ଲକ ଯାଦବ ସମାଜ ମିଡିଆ ସେଲ୍ ବ୍ରହ୍ମା ପ୍ରସାଦ କାଣ୍ଡ, ମାନଝରୀ ଅଞ୍ଚଳ ସଭାପତି ବିଘ୍ନରାଜ ତେଜି, ସମ୍ପାଦକ ରାମକୃଷ୍ଣ ବଗର୍ତ୍ତୀଙ୍କ ସମେତ ଯୋଗୀ ବଗର୍ତ୍ତୀ, ଧନିରାମ ଭାଟି, ଦେବାର୍ଚ୍ଚନ ବଗର୍ତ୍ତୀ, ସୁବାଷ ବଗର୍ତ୍ତୀ, ସୀମାଞ୍ଚଳ ଭାଟି, ଲକ୍ଷ୍ମଣ ଭାଟି, ଅରବିନ୍ଦ ହଂସ, ସୁରେଶ ବନ୍ଦିଛୋଡ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।
