ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ବୈଠକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ  ପାତ୍ର) : କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କ୍ୟାଡର ) ତରଫରୁ ଭବାନୀପାଟଣା ଠାରେ ସ୍ତରୀୟ ବୈଠକ ଅନୁଷ୍ଠିତ। ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବ୍ଲକ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆଗାମୀ ମୌସମୀ ଅଧିବେଶନରେ ରାଜ୍ୟସଂଘର ନିର୍ଦ୍ଦେଶକ୍ରମେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ତଥା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଦୀର୍ଘ ବର୍ଷେ ଧରି ଖାଲି ରହିଥିବା ଜିଲ୍ଲା ମେଡ଼ିଆ କୋଅର୍ଡିନେଟର ପଦବୀ ପୂରଣ ପାଇଁ ନିର୍ବାଚନ ପ୍ରକ୍ରିୟା ପାଇଁ ଜିଲ୍ଲା ସଭାପତିଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକ କର୍ମକର୍ତ୍ତାଙ୍କ ସର୍ବସମ୍ମତ୍ତି କ୍ରମେ ଈଶ୍ୱରୀ ପ୍ରସାଦ ଅଗସ୍ତି ( କୋକସରା )ଏବଂ ଘାସିରାମ ଖାଡ଼ଙ୍ଗା (ନର୍ଲା ) ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବୈଠକ କୁ ଜିଲ୍ଲା ସଂଘ ସାଧାରଣ ସମ୍ପାଦକ କୈଳାଶ ବିଶି ପରିଚାଳନା କରିଥିଲେ। ଶିକ୍ଷକ ଗଗନ ବିହାରୀ ପଟ୍ଟନାୟକ, ଅନିଲ କୁମାର ପଟ୍ଟନାୟକ, ନୀଳାମ୍ବର ସାହା, ମୁରଲୀଧର ଅଘରିଆ, ଡମ୍ବରୁଧର କାଣ୍ଡ, ଗିରିଧାରୀ ଗୌଡ଼.ଳପ୍ରମୁଖ ମଞ୍ଚାସିନ ଥିଲେ ପରିଶେଷ ରେ ଜିଲ୍ଲା ସଂଘ ମହାସଚିବ ଲଳିତ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *