ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଅଖିଳ ଭାରତ କିଷାନ ସଂଘର ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ସଭାପତି କୁମାରୀ ଭୋଇଙ୍କ ନେତୃତ୍ୱରେ ଦାମୋଦର ବେହେରା, ସଞ୍ଜୟ ରଣା, ଯୁବ ନେତା ପାଣ୍ଡବ ଭୋଇ, ପ୍ରେମ ପୁଟେଲ ପ୍ରମୁଖ ଯୋଗ ଥିଲେ। କମ୍ୟୁନିଷ୍ଟ ପାର୍ଟି ପକ୍ଷ ରୁ ୧୬ ଦଫା ଦାବି କରିବା ସହ ଜନ ସମ୍ପକ ଯାତ୍ର ଆରମ୍ଭ ହେଇଛି। ଦରଦାମ ବୃଦ୍ଧି ବନ୍ଦ କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବନ୍ଦ କର, ସମସ୍ତ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ମାସକ କୁ ୩୦୦ ୟୁନିଟ ବିଜୁଳି ବିଲ ଛାଡ଼ କରାଯାଉ ବୋଲି ବିଭିନ୍ନ ଦାବି କରି ଥିଲେ। କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ଅଞ୍ଚଳ ର ଚାଷୀ ଶ୍ରମିକ ଉପସ୍ଥିତ ରହି ଥିଲେ।

