ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅନୁମୋଦନକ୍ରମେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚାର ନୂତନ ପଦାଧିକାରୀ ଓ ସଦସ୍ୟମାନଙ୍କ ନାମ ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ଜିଲ୍ଲା ଯୁବମୋର୍ଚ୍ଚାର ବିଭିନ୍ନ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ପ୍ରକୋଷ୍ଠର ସଂଯୋଜକ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ନିମନ୍ତ୍ରିତ ସଦସ୍ୟଙ୍କୁ ସାମିଲ କରାଯାଇଛି। ନୂତନ ଟିମ୍ରେ ଡଃ ଦୁଷ୍ମନ୍ତ ଯାଦବଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଦାୟିତ୍ୱ ମିଳିବା ପରେ ଡଃ ଯାଦବ ଖୁସି ବ୍ୟକ୍ତ କରିବା ସହ ସଂଗଠନ ପକ୍ଷରୁ ତାଙ୍କ ଉପରେ ଆସ୍ଥା ପ୍ରକାଶ କରାଯାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ନିଷ୍ଠାର ସହ ଲାଗିପଡ଼ି କାମ କରିବେ ବୋଲି ସେ କହିଛନ୍ତି। ନୂତନ ଯୁବମୋର୍ଚ୍ଚା ଟିମ୍ ଆଗାମୀ ଦିନରେ ଜିଲ୍ଲାର ଯୁବପିଢ଼ିଙ୍କୁ ସଂଗଠନ ସହ ଯୋଡ଼ିବା ସହ ଯୁବବର୍ଗଙ୍କ ସମସ୍ୟା ଓ ସାମାଜିକ ପ୍ରସଙ୍ଗଗୁଡ଼ିକୁ ନେଇ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।
