ମେଧାବୀ ଛାତ୍ର କ୍ଷୀରୋଦଙ୍କୁ କୋଟାଗାଁ ପଞ୍ଚାୟତ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା

କଳମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ କୋଟାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳାଗାଁର ଯାଦବ ସମ୍ପ୍ରଦାୟର ମେଧାବୀ ଛାତ୍ର କ୍ଷୀରୋଦ କାଣ୍ଡ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ସଫଳତା ପାଇ ସେ ଗାଁ ଓ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ କୋଟାଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଫଳ ଛାତ୍ର କ୍ଷୀରୋଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଆଗାମୀ ଦିନରେ ସେ ଜଣେ ଦକ୍ଷ ଓ ସଫଳ ଡାକ୍ତର ହୋଇ ସମାଜ ତଥା ଦେଶର ସେବା କରିବେ ବୋଲି ଉପସ୍ଥିତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆଶାପ୍ରକଟ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦନ ପଣ୍ଡା, ପିଇଓ ଯାଜ୍ଞସିନି ବାଗ, ଗାଁ ସାଥି ତ୍ରିନାଥ ସତନାମି, ପବିତ୍ର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *